ଗୁଜରାଟରେ ହ୍ରଦରେ ବୁଡ଼ି ୫ ବାଳକଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଗୁଜରାଟର ବୋଟାଦ ଅଞ୍ଚଳରେ ଥିବା କୃଷ୍ଣସାଗର ହ୍ରଦରେ ଶନିବାର ଅପରାହ୍ଣରେ ୫ଜଣ ବାଳକ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ସୂଚନାନୁଯାୟୀ ଶନିବାରଦୁଇଜଣ ପିଲା ହ୍ରଦରେ ପହଁରୁଥିବା ବେଳେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଥିବା ଆଉ ୩ଜଣ ପିଲାମାନେ ସେମାନଙ୍କୁ ଉଦ୍ଧାର କରିବାକୁ ହ୍ରଦକୁ ଡେଇଁପଡ଼ିଲେ। କିନ୍ତୁ ସେମାନେ ବି ବୁଡ଼ିଗଲେ। ମୃତ ବାଳକମାନଙ୍କର ବୟସ ୧୩ରୁ ୧୭ ମଧ୍ୟରେ ହେବ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। […]
ନୂଆଦିଲ୍ଲୀ : ଗୁଜରାଟର ବୋଟାଦ ଅଞ୍ଚଳରେ ଥିବା କୃଷ୍ଣସାଗର ହ୍ରଦରେ ଶନିବାର ଅପରାହ୍ଣରେ ୫ଜଣ ବାଳକ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ସୂଚନାନୁଯାୟୀ ଶନିବାରଦୁଇଜଣ ପିଲା ହ୍ରଦରେ ପହଁରୁଥିବା ବେଳେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଥିବା ଆଉ ୩ଜଣ ପିଲାମାନେ ସେମାନଙ୍କୁ ଉଦ୍ଧାର କରିବାକୁ ହ୍ରଦକୁ ଡେଇଁପଡ଼ିଲେ। କିନ୍ତୁ ସେମାନେ ବି ବୁଡ଼ିଗଲେ। ମୃତ ବାଳକମାନଙ୍କର ବୟସ ୧୩ରୁ ୧୭ ମଧ୍ୟରେ ହେବ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ୪୫ ମିନିଟ୍ କାଳ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ପିଲାମାନଙ୍କୁ ବଞ୍ଚାଇ ହେଲାନି। ମୃତ ପିଲାମାନଙ୍କର ପରିଚୟ ମିଳିନି। କିନ୍ତୁ ସେମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଫାୟାର୍ ବ୍ରିଗେଡ୍ ଅଧିକାରୀ କୁଳଦୀପ ସିଂହ ଡୋଡିୟା କହିଛନ୍ତି, ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇବାର ୪୫ ମିନିଟ୍ ପରେ ୫ଜଣ ପିଲାଙ୍କ ଶବ ଉଦ୍ଧାର କରାଗଲା।




