ଗୁଜରାଟରେ ସରକାରୀ ବସ୍ ଚଢ଼ିଯିବାରୁ ୫ ଜଣଙ୍କ ମୃତ୍ୟୁ

ବେଙ୍ଗାଲୁରୁ : ଗୁଜରାଟର ଗାନ୍ଧୀନଗରରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ରାଜ୍ୟ ପରିବହନ (ଏସଟି) ବସ୍ ମାଡ଼ିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ପ୍ରାୟ ୭.୩୦ ସମୟରେ କାଲୋଲ୍ ସହରରେ ଏହି ଦୁର୍ଘଟଣା ହୋଇଛି। କିଛି ଯାତ୍ରୀ ବସ୍ ପାଇଁ ଅପେକ୍ଷା କରିଥିବାବେଳେ ଏସଟି ବସ୍କୁ ଏକ ଦ୍ରୁତଗାମୀ ଘରୋଇ ବସ୍ ଧକ୍କା ଦେଇଥିଲା। ଫଳରେ ଏସଟି ବସ୍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। […]

Samaya Live Picture
Published On

ବେଙ୍ଗାଲୁରୁ : ଗୁଜରାଟର ଗାନ୍ଧୀନଗରରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ରାଜ୍ୟ ପରିବହନ (ଏସଟି) ବସ୍ ମାଡ଼ିଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ସକାଳ ପ୍ରାୟ ୭.୩୦ ସମୟରେ କାଲୋଲ୍ ସହରରେ ଏହି ଦୁର୍ଘଟଣା ହୋଇଛି। କିଛି ଯାତ୍ରୀ ବସ୍ ପାଇଁ ଅପେକ୍ଷା କରିଥିବାବେଳେ ଏସଟି ବସ୍କୁ ଏକ ଦ୍ରୁତଗାମୀ ଘରୋଇ ବସ୍ ଧକ୍କା ଦେଇଥିଲା। ଫଳରେ ଏସଟି ବସ୍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Tags: