ଗୁଜରାଟରେ ବନ୍ୟା ସ୍ଥିତି, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହ
ଅହମଦାବାଦ: ଗୁଜରାଟରେ ପ୍ରବଳ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳରେ ଲଗାଣ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି। ଗୁଜରାଟରେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ ହେଲାଣି। କଚ୍ଛ, ଜୁନାଗଡ଼, ଏବଂ ନବସରି ବର୍ଷା ଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ […]
ଅହମଦାବାଦ: ଗୁଜରାଟରେ ପ୍ରବଳ ବର୍ଷା ବନ୍ୟା ସ୍ଥିତି ସୃଷ୍ଟି କରିଛି। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳରେ ଲଗାଣ ବର୍ଷା ଜଳବନ୍ଦୀ ସମସ୍ୟା ସୃଷ୍ଟି କରିଛି। ଗୁଜରାଟରେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ ହେଲାଣି। କଚ୍ଛ, ଜୁନାଗଡ଼, ଏବଂ ନବସରି ବର୍ଷା ଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି। ଦେଶରେ ଅନ୍ୟାନ୍ୟ ରାଜ୍ୟମାନଙ୍କରେ ବି ପ୍ରବଳ ବର୍ଷା ନେଇ ଆଇଏମ୍ଡି ଆଲର୍ଟ ଜାରି କରିଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ରାଜସ୍ଥାନ ଏବଂ ପଂଜାବରେ ଆଗାମୀ ୨ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେରଳ ଏବଂ କର୍ଣ୍ଣାଟକରେ ମଧ୍ୟ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବ।




