ଗୁଜରାଟରେ ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଅହମଦାବାଦ: ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇ ରାଜ୍ୟର ବିଭିନ୍ନ ଅଂଶକୁ ବୁଡ଼ାଇ ଦେଇଛି। ଗୁଜରାଟର ମୋର୍ବି ଜିଲ୍ଲାରେ ୭ ଜଣ ନଦୀଜଳରେ ଭାସି ଯାଇଛନ୍ତି। ଏକ ଟ୍ରାକ୍ଟର ରାତିରେ ନଦୀ ପାର୍‌ କରୁଥିବାବେଳେ ଭାସି ଯାଇଥିଲା। ଟ୍ରାକ୍ଟର ଟ୍ରଲିରେ ୧୭ ଜଣ ବସିଥିଲେ। ଧାବନ୍ନା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ରାତି ସାରା ଉଦ୍ଧାର ଅପରେସନ୍‌ ଜାରି ରହିଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୭ […]

Samaya Live Picture
Published On

ଅହମଦାବାଦ: ଗୁଜରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇ ରାଜ୍ୟର ବିଭିନ୍ନ ଅଂଶକୁ ବୁଡ଼ାଇ ଦେଇଛି। ଗୁଜରାଟର ମୋର୍ବି ଜିଲ୍ଲାରେ ୭ ଜଣ ନଦୀଜଳରେ ଭାସି ଯାଇଛନ୍ତି। ଏକ ଟ୍ରାକ୍ଟର ରାତିରେ ନଦୀ ପାର୍‌ କରୁଥିବାବେଳେ ଭାସି ଯାଇଥିଲା। ଟ୍ରାକ୍ଟର ଟ୍ରଲିରେ ୧୭ ଜଣ ବସିଥିଲେ। ଧାବନ୍ନା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ରାତି ସାରା ଉଦ୍ଧାର ଅପରେସନ୍‌ ଜାରି ରହିଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୭ ଜଣ ନିଖୋଜ ଅଛନ୍ତି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି। ଏଥିପାଇଁ ଗୁଜରାଟରେ ରେଡ୍‌ ଆଲର୍ଟ ଜାରି ହୋଇଛି। ୨୪ ଘଣ୍ଟାରେ ଗୁଜରାଟ ରାଜଧାନୀ ଅହମଦାବାଦ ସମେତ ବିଭିନ୍ନ ସ୍ଥାନରେ ୮୬ ମିମି ବର୍ଷା ହୋଇଛି। ଏଥିପାଇଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ନବସ‌ାରି ଜିଲ୍ଲାର ଖେରଗାମ ତାଲୁକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୫୬ ମିମି ବର୍ଷାଜଳ ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମୋର୍ବି, କଚ୍ଛ, ରାଜକୋଟ, ସୁରେନ୍ଦ୍ରନଗର ଏବଂ ଭାବନଗର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏବଂ ସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ଏବଂ ସ୍ଥିତି ସଂକ୍ରାନ୍ତରେ ବୁଝିଛନ୍ତି। ଏଥିସହ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସୁନିଶ୍ଚିତ କରିଛନ୍ତି।

Tags: