ଗୁଜରାଟରେ ନକଲି ଭିସା ରାକେଟର ୪ ଗରିଫ
ଅହମଦାବାଦ: ନକଲି ଭିସା ରାକେଟ ଚଲାଇବା ଅଭିଯୋଗରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍) ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମୟଙ୍କ ଭରଦ୍ବାଜ, ତେଜେନ୍ଦର ଗଜ୍ଜର, ମନୀଷ ପଟେଲ ଓ ତାବରେଜ କାଶ୍ମୀରୀ। ଏମାନେ ଲକ୍ସେମବର୍ଗ ସମେତ ୟୁରୋପୀୟ ଦେଶ ପାଇଁ ଭିସା ଯୋଗାଇବା ଦେବାକୁ କହି ଲୋକଙ୍କୁ ଠକୁଥିଲେ। ଭରଦ୍ବାଜ ଏବଂ ତାଙ୍କ ସହଯୋଗୀମାନେ ଗୋଟିଏ ଭିସା କରିବାକୁ ୮ରୁ ୧୦ ଲକ୍ଷ ଟଙ୍କା ନେଉଥିଲେ। ଭରଦ୍ବାଜ ଏବଂ ଗଜ୍ଜରଙ୍କୁ […]
ଅହମଦାବାଦ: ନକଲି ଭିସା ରାକେଟ ଚଲାଇବା ଅଭିଯୋଗରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ (ଏଟିଏସ୍) ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମୟଙ୍କ ଭରଦ୍ବାଜ, ତେଜେନ୍ଦର ଗଜ୍ଜର, ମନୀଷ ପଟେଲ ଓ ତାବରେଜ କାଶ୍ମୀରୀ। ଏମାନେ ଲକ୍ସେମବର୍ଗ ସମେତ ୟୁରୋପୀୟ ଦେଶ ପାଇଁ ଭିସା ଯୋଗାଇବା ଦେବାକୁ କହି ଲୋକଙ୍କୁ ଠକୁଥିଲେ। ଭରଦ୍ବାଜ ଏବଂ ତାଙ୍କ ସହଯୋଗୀମାନେ ଗୋଟିଏ ଭିସା କରିବାକୁ ୮ରୁ ୧୦ ଲକ୍ଷ ଟଙ୍କା ନେଉଥିଲେ। ଭରଦ୍ବାଜ ଏବଂ ଗଜ୍ଜରଙ୍କୁ ପୁଲିସ ଜେରା ପାଇଁ ଡାକି ଥିବାବେଳେ ସେମାନେ ଏହାକୁ ସ୍ବୀକାର କରିଥିଲେ। ମନିଷ ପଟେଲ ଦ୍ବାରା ସେମାନେ ୫ ଜଣଙ୍କୁ ଭିସା ଦେଇଥିଲେ। ଏଗୁଡ଼ିକ ସେମାନେ ମୁମ୍ବାଇରେ ରହୁଥିବା ତାବରେଜଠାରୁ ହାତେଇଥିବା କହିଛନ୍ତି। ଏଟିଏସ୍ ପକ୍ଷରୁ ଲକ୍ସେମବର୍ଗ ଦୂତାବାସକୁ ଯୋଗାଯୋଗ କରାଯାଇଥିବାବେଳେ ସେମାନେ ଭିସା ପ୍ରଦାନ କଥା ମନା କରିଥିଲେ। ତଦନ୍ତରୁ ଜଣାପଡ଼ିଛି ୩୯ ଜଣଙ୍କ ନାଁରେ ଏପରି ଜାଲ୍ ଭିସା କରାଯାଇଥିବାବେଳେ ଏଥିପାଇଁ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ବ୍ୟବହାର କରାଯାଇଥିଲା। ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି ଜାଣିବା ପାଇଁ ଏଟିଏସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।




