ଗୁଜରାଟରେ ଅଜଣା ଜ୍ବରରେ ୬ଶିଶୁ ସମେତ ୧୫ ଜଣଙ୍କ ମୃତ୍ୟୁ
ଅହମଦାବାଦ: ଗୁଜରାଟରେ ଅଜଣା ଜ୍ବରରେ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। କଚ୍ଛ ଜିଲ୍ଲାର ଲଖପତ ଏବଂ ଅବଦସା ତାଲୁକାରେ ରହସ୍ୟମୟ ଜ୍ବର ମାତିଛି। ଏଥିଯୋଗୁଁ ୬ ଶିଶୁଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଗଲାଣି। ଗୁଜରାଟ ସରକାର ଏଥିପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳରେ ୫୦ ମେଡିକାଲ ଟିମ୍ ଓ ସ୍ବତନ୍ତ୍ର ଡାକ୍ତର ମୁତୟନ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସ୍ଥିତି ସମୀକ୍ଷା ପାଇଁ ଭୁଜରେ ଏକ ସମୀକ୍ଷା ବୈଠକ କରିଛନ୍ତି। […]
ଅହମଦାବାଦ: ଗୁଜରାଟରେ ଅଜଣା ଜ୍ବରରେ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। କଚ୍ଛ ଜିଲ୍ଲାର ଲଖପତ ଏବଂ ଅବଦସା ତାଲୁକାରେ ରହସ୍ୟମୟ ଜ୍ବର ମାତିଛି। ଏଥିଯୋଗୁଁ ୬ ଶିଶୁଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଗଲାଣି। ଗୁଜରାଟ ସରକାର ଏଥିପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳରେ ୫୦ ମେଡିକାଲ ଟିମ୍ ଓ ସ୍ବତନ୍ତ୍ର ଡାକ୍ତର ମୁତୟନ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସ୍ଥିତି ସମୀକ୍ଷା ପାଇଁ ଭୁଜରେ ଏକ ସମୀକ୍ଷା ବୈଠକ କରିଛନ୍ତି। ପଟେଲ କହିଛନ୍ତି, ସେପ୍ଟେମ୍ବର ୩ରୁ ୧୦ ମଧ୍ୟରେ ଅଞ୍ଚଳରେ ୪୮ଟି ନୂଆ ଜ୍ବର ମାମଲା ଚିହ୍ନଟ ହୋଇଛି। ସରକାର କୌଣସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ପାଇଁ ୧୦୦ ଆଇସୋଲେସନ୍ ବେଡ୍, ୩୦ ଭେଣ୍ଟିଲେଟର ପ୍ରସ୍ତୁତ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ପରିସ୍ଥିତି ଜଟିଳ ରହିଥିଲେ ମଧ୍ୟ ଏହା କରୋନା ମହାମାରୀ ଭଳି ସ୍ଥିତି ନୁହେଁ। ସେ କହିଛନ୍ତି, ଜ୍ବର ଆରମ୍ଭ ହେବାମାତ୍ରେ ବିଳମ୍ବ ନକରି ତୁରନ୍ତ ଚିକିତ୍ସା କରାଇନେବା ଉଚିତ। ନିକଟରେ କଚ୍ଛ ଜିଲ୍ଲାରେ ପ୍ରବଳ ବର୍ଷା ହେବାପରେ ଏହି ଜ୍ବର ବ୍ୟାପିଛି ବୋଲି କୁହାଯାଉଛି।




