ଗୁଗଲ୍ ମ୍ୟାପ୍ ଦେଖି ରାସ୍ତାରେ ଯାଉଥିଲେ, ଅର୍ଦ୍ଧନିମିର୍ତ ପୋଲରୁ କାର୍ ଖସି ୩ ମୃତ
ବରେଲି: କୌଣସି ନୂତନ ସ୍ଥାନକୁ ଯିବା ବେଳେ ଆମେ ଗୁଗଲ୍ ମ୍ୟାପ୍ ଓ ଜିପିଏସ୍ର ସହାୟତା ନେଉଛୁ। ଅନେକ ସମୟରେ ଏହା ଯାତ୍ରୀଙ୍କୁ ସହାୟତା ପ୍ରଦାନ କରିଥାଏ, କିନ୍ତୁ ସମୟ ସମୟରେ ଗୁଗଲ୍ ମ୍ୟାପ୍ ଦ୍ବାରା ପ୍ରଦର୍ଶିତ ରାସ୍ତାକୁ ନେଇ ଯାତ୍ରୀ ହଇରାଣ ହୋଇଥାନ୍ତି। ଆଜି ଉତ୍ତରପ୍ରଦେଶ ବରେଲିରେ ଗୁଗୁଲ୍ ମ୍ୟାପ୍ର ସହାୟତାରେ ଯାତ୍ରା କରୁଥିବା ତିନି କାର୍ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପୁଲିସ୍ ସିଆଇ ଆଶୁତୋଷ ଶିବମ୍ଙ୍କ ସୂଚନାନୁଯାୟୀ, ଦୁର୍ଘଟଣାଟି ପୂର୍ବାହ୍ନ ୧୦ଟାରେ ରାମଗଙ୍ଗା […]
ବରେଲି: କୌଣସି ନୂତନ ସ୍ଥାନକୁ ଯିବା ବେଳେ ଆମେ ଗୁଗଲ୍ ମ୍ୟାପ୍ ଓ ଜିପିଏସ୍ର ସହାୟତା ନେଉଛୁ। ଅନେକ ସମୟରେ ଏହା ଯାତ୍ରୀଙ୍କୁ ସହାୟତା ପ୍ରଦାନ କରିଥାଏ, କିନ୍ତୁ ସମୟ ସମୟରେ ଗୁଗଲ୍ ମ୍ୟାପ୍ ଦ୍ବାରା ପ୍ରଦର୍ଶିତ ରାସ୍ତାକୁ ନେଇ ଯାତ୍ରୀ ହଇରାଣ ହୋଇଥାନ୍ତି। ଆଜି ଉତ୍ତରପ୍ରଦେଶ ବରେଲିରେ ଗୁଗୁଲ୍ ମ୍ୟାପ୍ର ସହାୟତାରେ ଯାତ୍ରା କରୁଥିବା ତିନି କାର୍ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।
ପୁଲିସ୍ ସିଆଇ ଆଶୁତୋଷ ଶିବମ୍ଙ୍କ ସୂଚନାନୁଯାୟୀ, ଦୁର୍ଘଟଣାଟି ପୂର୍ବାହ୍ନ ୧୦ଟାରେ ରାମଗଙ୍ଗା ନଦୀ ଉପରେ ନିର୍ମାଣାଧୀନ ସେତୁରେ ଘଟିଛି। ଯାତ୍ରୀମାନେ ବରେଲି ଠାରୁ ବଦାଉଁ ଜିଲ୍ଲାର ଦାତାଗଞ୍ଜ ଯାଉଥିଲେ। ଯାତ୍ରା ନିମନ୍ତେ ସେମାନେ ଗୁଗଲ୍ ମ୍ୟାପ୍ର ସହାୟତା ନେଇଥିଲେ। ମ୍ୟାପ୍ରେ ଏହ ନିର୍ମାଣାଧୀନ ପୋଲ ଦେଇ ରାସ୍ତା ଦେଖାଇଥିଲା। ନେଭିଗେସନ୍ ବ୍ୟବସ୍ଥା ଅପ୍ଡେଟ୍ ନଥିବାରୁ ଏଭଳି ତ୍ରୁଟି ହୋଇଥିଲା। ଯାତ୍ରୀମାନେ ଅର୍ଦ୍ଧନିର୍ମିତ ପୋଲ ଉପରୁ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।




