ଗୁଏଟମାଳା ବସ୍ ଦୁର୍ଘଟଣାରେ ୫୧ ମୃତ
ନୂଆଦିଲ୍ଲୀ : ଗୁଏଟମାଳା ସହରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୫ ଲୋକ ଆହତ ହୋଇଛନ୍ତି। ବସ୍ଟି ରାଞ୍ଚୋରୁ ଗୁଏଟମାଳାକୁ ଯାଉଥିବାବେଳେ ବାଟରେ ଏହା ଏକ ବ୍ୟସ୍ତବହୁଳ ରାସ୍ତାରେ ହାଇୱେ ବ୍ରିଜ୍ରୁ ଏକ ନାଳୀ ମଧ୍ୟକୁ ଖସି ପଡ଼ିଥିଲା। ବସ୍ଟି ଆଂଶିକ ଭାବେ ପାଣିରେ ବୁଡ଼ି ଯାଇଥିବାବେଳେ ଲୋକମାନଙ୍କର ମରଶରୀର ଏଠି ସେଠି ପଡ଼ିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଗୁଏଟମାଳା ସିଟି […]
ନୂଆଦିଲ୍ଲୀ : ଗୁଏଟମାଳା ସହରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୫ ଲୋକ ଆହତ ହୋଇଛନ୍ତି। ବସ୍ଟି ରାଞ୍ଚୋରୁ ଗୁଏଟମାଳାକୁ ଯାଉଥିବାବେଳେ ବାଟରେ ଏହା ଏକ ବ୍ୟସ୍ତବହୁଳ ରାସ୍ତାରେ ହାଇୱେ ବ୍ରିଜ୍ରୁ ଏକ ନାଳୀ ମଧ୍ୟକୁ ଖସି ପଡ଼ିଥିଲା। ବସ୍ଟି ଆଂଶିକ ଭାବେ ପାଣିରେ ବୁଡ଼ି ଯାଇଥିବାବେଳେ ଲୋକମାନଙ୍କର ମରଶରୀର ଏଠି ସେଠି ପଡ଼ିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଗୁଏଟମାଳା ସିଟି ମେୟର ରିକାର୍ଡୋ କିନୋନେଜ୍ କହିଛନ୍ତି, ଇମର୍ଜେନ୍ସି ସେବା ମୁତୟନ କରାଯାଇଛି। ଗୁଏଟମାଳା ରାଷ୍ଟ୍ରପତି ଏହି ଦୁର୍ଘଟଣା ପାଇଁ ଗଭୀର ଶୋକବ୍ୟକ୍ତ କରିଛନ୍ତି ଏବଂ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।




