ଗିରଫ ହେଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ମାତ୍ର କିଛି ମିନିଟ୍ ପରେ ଆଜି ହେମନ୍ତ ସୋରେନ ଗିରଫ ହୋଇଛନ୍ତି। ରାତି ୯.୩୩ ସମୟରେ ଆଜି ସୋରେନଙ୍କୁ ଇଡି ଦ୍ବାରା ଗିରଫ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ସୋରେନଙ୍କୁ ଇଡି ଆସନ୍ତାକାଲି କୋର୍ଟରେ ହାଜର କରିବ ଏବଂ ସୋରେନଙ୍କୁ ରିମାଣ୍ଡରେ ନେବ। ଆଜି ଦିନରେ ସୋରେନଙ୍କୁ ଇଡି ଟିମ୍ ୭ ରୁ ଅଧିକ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲେ। ଏହାପରେ ସୋରେନ ଇସ୍ତଫା ଦେଇଥିଲେ। ଇତି ମଧ୍ୟରେ […]

Samaya Live Picture
Published On

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ମାତ୍ର କିଛି ମିନିଟ୍ ପରେ ଆଜି ହେମନ୍ତ ସୋରେନ ଗିରଫ ହୋଇଛନ୍ତି। ରାତି ୯.୩୩ ସମୟରେ ଆଜି ସୋରେନଙ୍କୁ ଇଡି ଦ୍ବାରା ଗିରଫ କରାଯାଇଛି। ମିଳିଥିବା ସୂଚନାନୁଯାୟୀ ସୋରେନଙ୍କୁ ଇଡି ଆସନ୍ତାକାଲି କୋର୍ଟରେ ହାଜର କରିବ ଏବଂ ସୋରେନଙ୍କୁ ରିମାଣ୍ଡରେ ନେବ। ଆଜି ଦିନରେ ସୋରେନଙ୍କୁ ଇଡି ଟିମ୍ ୭ ରୁ ଅଧିକ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲେ। ଏହାପରେ ସୋରେନ ଇସ୍ତଫା ଦେଇଥିଲେ। ଇତି ମଧ୍ୟରେ ଶାସକ ଦଳର ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚମ୍ପାଇ ସୋରେନ ସରକାର ଗଠନ ପାଇଁ ଦାବି କରିଛନ୍ତି। ଇତି ମଧ୍ୟରେ ହେମନ୍ତ ସୋରେନ ଇଡି ଅଧିକାରୀମାନଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ଏସ୍ସି, ଏସଟି ଆଇନ ଅଧୀନରେ ସୋରେନ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Tags: