ଗିରଫ ପରେ ୬ ବର୍ଷ ପାଇଁ ନିଲମ୍ବିତ ହେଲେ ଟିଏମସି ନେତା ଶେଖ ଶାହଜାହାନ

ନୂଆଦିଲ୍ଲୀ: ଜାନୁଆରି ୫ ତାରିଖରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବା ମାମଲାରେ ପଶ୍ଚିମବଙ୍ଗ ପୁଲିସ ଦ୍ବାରା ଗିରଫ ହୋଇଥିବା ଶେଖ ଶାହଜାହାନଙ୍କୁ ଟିଏମସି ଆଜି ନିଲମ୍ବନ କରିଛି। ଟିଏମସି ସାଂସଦ ଡେରେକ ଓବ୍ରାଏନ ଶାହଜାହାନଙ୍କୁ ନିଲମ୍ବନ କରାଯିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଡେରେକ ଓବ୍ରାଏନ କହିଛନ୍ତି, ଶେଖ ଶାହଜାହାନଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଓବ୍ରାଏନ କହିଛନ୍ତି, ଅତିତରେ ଆମେ ଏଭଳି କରିଛୁ […]

Samaya Live Picture
Published On

ନୂଆଦିଲ୍ଲୀ: ଜାନୁଆରି ୫ ତାରିଖରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବା ମାମଲାରେ ପଶ୍ଚିମବଙ୍ଗ ପୁଲିସ ଦ୍ବାରା ଗିରଫ ହୋଇଥିବା ଶେଖ ଶାହଜାହାନଙ୍କୁ ଟିଏମସି ଆଜି ନିଲମ୍ବନ କରିଛି। ଟିଏମସି ସାଂସଦ ଡେରେକ ଓବ୍ରାଏନ ଶାହଜାହାନଙ୍କୁ ନିଲମ୍ବନ କରାଯିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଡେରେକ ଓବ୍ରାଏନ କହିଛନ୍ତି, ଶେଖ ଶାହଜାହାନଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଓବ୍ରାଏନ କହିଛନ୍ତି, ଅତିତରେ ଆମେ ଏଭଳି କରିଛୁ ଏବଂ ଆଜି ମଧ୍ୟ ତାହା କଲୁ ବୋଲି ଓବ୍ରାଏନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। କିନ୍ତୁ ବିଜେପିକୁ ଆମେ ଏହା ଚ୍ୟାଲେଞ୍ଜ କରୁଛୁ ଯେ ସେମାନେ ସେମାନଙ୍କ ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଶେଖ ଶାହଜାହାନ ସନ୍ଦେଶଖାଲି ନିର୍ବାଚନମଣ୍ଡଳୀର ଜଷଣ ଦଳୀୟ ସଂଯୋଜକ। ଉତ୍ତର ୨୪ ପ୍ରଗଣା ଜିଲ୍ଲା ପରିଷଦର ସେ ଜଣେ ସଦସ୍ୟ। ସନ୍ଦେଶଖାଲି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଶେଖ ଶାହଜାହାନ ୫୫ ଦିନ ପରେ ଆଜି ଗିରଫ ହୋଇଛନ୍ତି। ତାଙ୍କୁ ୧୦ ଦିନ ପାଇଁ ପୁଲିସ ହାଜତକୁ ପଠାଯାଇଛି। ୫୩ ବର୍ଷୀୟ ଟିଏମସି ନେତାଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ଉଠାଇ ନିଆଯାଇଥିଲା।

Tags: