ଗିରଫ ପରେ ଡିବ୍ରୁଗଡ଼ ଜେଲ୍ ଗଲା ଅମୃତପାଲ୍ ସିଂହ

ନୂଆଦିଲ୍ଲୀ: ପଞ୍ଜାବର ମୋଗା ପୁଲିସ ନିକଟରେ ଆତ୍ମସମର୍ପଣ କରି ଗିରଫ ହୋଇଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍ ସିଂହଙ୍କୁ ଆଜି ବିମାନ ଯୋଗେ ଆସମର ଡିବ୍ରୁଗଡ଼ ସେଣ୍ଟ୍ରାଲ୍ ଜେଲ୍କୁ ପଠାଯାଇଛି।ଏପ୍ରିଲ୍ ୧୦ ତାରିଖରେ ପଞ୍ଜାବର ହୋସିୟାର୍ପୁରରୁ ଗିରଫ ହୋଇଥିବା ଅମୃତପାଲଙ୍କର ଘନିଷ୍ଠ ସହଯୋଗୀ ପାପାଲ୍ପ୍ରୀତ୍ ସିଂହଙ୍କ ସମେତ ଆଉ ୮ଜଣ ସହଯୋଗୀ ଉକ୍ତ ହାଇ-ସିକ୍ୟୁରିଟି ଜେଲ୍ରେ କଏଦୀ ଭାବେ ଅଛନ୍ତି। ସୂଚନାଯୋଗ୍ୟ, ଆତ୍ମସମର୍ପଣ କରିବା ପୂର୍ବରୁ ମୋଗା ଜିଲ୍ଲାର ରୋଡେ ଗାଁସ୍ଥିତ ଗୁରୁଦ୍ବାରରେ ଅମୃତପାଲ୍ ଧାର୍ମିକ ଉଦ୍ବୋଧନ ଦେଇଥିଲେ। […]

Samaya Live Picture
Published On

ନୂଆଦିଲ୍ଲୀ: ପଞ୍ଜାବର ମୋଗା ପୁଲିସ ନିକଟରେ ଆତ୍ମସମର୍ପଣ କରି ଗିରଫ ହୋଇଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍ ସିଂହଙ୍କୁ ଆଜି ବିମାନ ଯୋଗେ ଆସମର ଡିବ୍ରୁଗଡ଼ ସେଣ୍ଟ୍ରାଲ୍ ଜେଲ୍କୁ ପଠାଯାଇଛି।ଏପ୍ରିଲ୍ ୧୦ ତାରିଖରେ ପଞ୍ଜାବର ହୋସିୟାର୍ପୁରରୁ ଗିରଫ ହୋଇଥିବା ଅମୃତପାଲଙ୍କର ଘନିଷ୍ଠ ସହଯୋଗୀ ପାପାଲ୍ପ୍ରୀତ୍ ସିଂହଙ୍କ ସମେତ ଆଉ ୮ଜଣ ସହଯୋଗୀ ଉକ୍ତ ହାଇ-ସିକ୍ୟୁରିଟି ଜେଲ୍ରେ କଏଦୀ ଭାବେ ଅଛନ୍ତି। ସୂଚନାଯୋଗ୍ୟ, ଆତ୍ମସମର୍ପଣ କରିବା ପୂର୍ବରୁ ମୋଗା ଜିଲ୍ଲାର ରୋଡେ ଗାଁସ୍ଥିତ ଗୁରୁଦ୍ବାରରେ ଅମୃତପାଲ୍ ଧାର୍ମିକ ଉଦ୍ବୋଧନ ଦେଇଥିଲେ। ଶନିବାର ସନ୍ଧ୍ୟାରେ ଗୁରୁଦ୍ବାରରେ ପହଞ୍ଚି ସେ ପୁଲିସକୁ ନିଜ ଉପସ୍ଥିତି ବିଷୟରେ ସୂଚନା ଦେଇଥିଲେ। ପୁଲିସ୍ ତା ବିରୋଧରେ ଏନ୍ଏସ୍ଏ ଲାଗୁ କରିଛୁ। ଗୁଇନ୍ଦା ସୂଚନା ଆଧାରରେ ତାଙ୍କୁ ମୋଗା ଅନ୍ତର୍ଗତ ରୋଡେ ଗାଁରୁ ଗିରଫ କରାଯାଇଛି। ଆତ୍ମସମର୍ପଣ ବିନା ଅମୃତପାଲ୍ର ଅନ୍ୟ ବିକଳ୍ପ ନ ଥିଲା ବୋଲି ପୁଲିସ୍ କହିଛି। ଅମୃତପାଲର ଦାଦାଙ୍କ ସମେତ, ଜଣେ ଅର୍ଥଯୋଗାଣକାରୀ, ଗଣମାଧ୍ୟମ ଉପଦେଷ୍ଟା ଓ ନିରାପତ୍ତା ରକ୍ଷୀ ଆଦି ସମୁଦାୟ ୯ଜଣ ଡିବ୍ରୁଗଡ଼ ଜେଲ୍ରେ ଅଛନ୍ତି।

Tags: