ଗିରଫ ପରେ କବିତାଙ୍କ ପ୍ରଥମ ପ୍ରତିକ୍ରିୟାା: ମତେ ବେଆଇନ ଭାବେ ଗିରଫ କରାଯାଇଛି
ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ନେତ୍ରୀ କେ କବିତା ଗତକାଲି ଗିରଫ ହୋଇଥିଲେ। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି କବିତାଙ୍କୁ ନୂଆଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଇଛି। ଇଡି ଆଜି ସ୍ବତନ୍ତ୍ର ବିଚାରପତି ଏମକେ ନାଗପାଳଙ୍କ ନିକଟରେ କବିତାଙ୍କୁ ହାଜର କରାଇଥିଲା। ଏମକେ ନାଗପାଳ ଏହି ମାମଲା ପରିଚାଳନା କରିପାରନ୍ତି। ତେବେ କବିତା ଗିରଫ ହେବାପରେ ଆଜି ଏନେଇ ପ୍ରଥମ […]
ନୂଆଦିଲ୍ଲୀ :ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ନେତ୍ରୀ କେ କବିତା ଗତକାଲି ଗିରଫ ହୋଇଥିଲେ। ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି କବିତାଙ୍କୁ ନୂଆଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଇଛି। ଇଡି ଆଜି ସ୍ବତନ୍ତ୍ର ବିଚାରପତି ଏମକେ ନାଗପାଳଙ୍କ ନିକଟରେ କବିତାଙ୍କୁ ହାଜର କରାଇଥିଲା। ଏମକେ ନାଗପାଳ ଏହି ମାମଲା ପରିଚାଳନା କରିପାରନ୍ତି। ତେବେ କବିତା ଗିରଫ ହେବାପରେ ଆଜି ଏନେଇ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। କବିତା କହିଛନ୍ତି, ତାଙ୍କୁ ବେଆଇନ ଭାବେ ଗିୀଫ କରାଯାଇଛି। ତେବେ ସେ ଲଢ଼ିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଡି ଗତକାଲି କବିତାଙ୍କ ଘରେ ଚଢ଼ଉ କରିବାପରେ ତାଙ୍କୁ ଗତକାଲି ସନ୍ଧ୍ୟାରେ ହାଇଦ୍ରାବାଦ ସ୍ଥିତ ତାଙ୍କ ବଂଜାରା ହିଲ୍ସ ବାସଭବନରୁ ଗିରଫ କରିଥିଲା।




