ଗାଲରେ ଜାତୀୟ ପତାକା ଚିତ୍ର ଆଙ୍କିଥିବା ମହିଳାଙ୍କୁ ସ୍ବର୍ଣ୍ଣ ମନ୍ଦିରରୁ ଫେରାଇଦେଲେ
ନୂଆଦିଲ୍ଲୀ: ଗାଲରେ ଜାତୀୟ ପତାକା ଚିତ୍ର ଆଙ୍କିଥିବା ଜଣେ ମହିଳାଙ୍କୁ ପଂଜାବ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ ଅନୁମତି ମିଳିନି। ପବିତ୍ର ଶିଖ୍ ଧର୍ମସ୍ଥଳରେ ଜଣେ ସୁରକ୍ଷାକର୍ମୀ ମହିଳାଙ୍କୁ ସ୍ବର୍ଣ୍ଣ ମନ୍ଦିରକୁ ପୂରାଇ ଦେଇନଥିଲେ। ସୁରକ୍ଷାକର୍ମୀ ଜଣଙ୍କ କହିଥିଲେ ଏହା ପଂଜାବ। ମହିଳା ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ପଚାରିଥିଲେ ଏହା କ’ଣ ଭାରତ ନୁହେଁ। କିନ୍ତୁ ମନ୍ଦିରର ସୁରକ୍ଷାକର୍ମୀ କହିଥିଲେ ଏହା ଭାରତ ନୁହେଁ, ଏହା ପଂଜାବ। ଉକ୍ତ ଘଟଣାର ଭିଡିଓ […]
ନୂଆଦିଲ୍ଲୀ: ଗାଲରେ ଜାତୀୟ ପତାକା ଚିତ୍ର ଆଙ୍କିଥିବା ଜଣେ ମହିଳାଙ୍କୁ ପଂଜାବ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ପ୍ରବେଶ ଅନୁମତି ମିଳିନି। ପବିତ୍ର ଶିଖ୍ ଧର୍ମସ୍ଥଳରେ ଜଣେ ସୁରକ୍ଷାକର୍ମୀ ମହିଳାଙ୍କୁ ସ୍ବର୍ଣ୍ଣ ମନ୍ଦିରକୁ ପୂରାଇ ଦେଇନଥିଲେ। ସୁରକ୍ଷାକର୍ମୀ ଜଣଙ୍କ କହିଥିଲେ ଏହା ପଂଜାବ। ମହିଳା ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ପଚାରିଥିଲେ ଏହା କ’ଣ ଭାରତ ନୁହେଁ। କିନ୍ତୁ ମନ୍ଦିରର ସୁରକ୍ଷାକର୍ମୀ କହିଥିଲେ ଏହା ଭାରତ ନୁହେଁ, ଏହା ପଂଜାବ। ଉକ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ଅଧିକାରୀଙ୍କ ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି। କିନ୍ତୁ କମିଟି ପକ୍ଷରୁ କୁହାଯାଇଛି ଯେ ମହିଳାଙ୍କ ଗାଲରେ ଥିବା ପତାକା ଆମ ଜାତୀୟ ପତାକା ନୁହେଁ। ପତାକାରେ ଅଶୋକ ଚକ୍ର ନଥିବାରୁ ଏହା ଭାରତର ଜାତୀୟ ପତାକା ନୁହେଁ।




