ଗାର୍ଲଫ୍ରେଣ୍ଡଙ୍କ ଉପରେ ଗାଡ଼ି ମଡ଼ାଇଦେଲେ ଅମଲାଙ୍କ ପୁଅ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେରେ ଜଣେ ଅମଲାଙ୍କ ପୁଅ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଅଶ୍ବଜିତ ଗାଇକ୍ବାଡ୍ ନାମକ ଜଣେ ବ୍ୟକ୍ତି ତାଙ୍କ ୨୬ ବର୍ଷୀୟା ଗାର୍ଲଫ୍ରେଣ୍ଡଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ଅଭିଯୋଗକୁ ଗାଇକ୍ବାଡ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପୂରା ଘଟଣା ଏକ ଷଡ଼ଯନ୍ତ୍ର। ତାଙ୍କଠାରୁ ଟଙ୍କା ଆଦାୟ କରିବାପାଇଁ ଏହା ତାଙ୍କ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ସେ […]

Samaya Live Picture
Published On

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଥାନେରେ ଜଣେ ଅମଲାଙ୍କ ପୁଅ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଅଶ୍ବଜିତ ଗାଇକ୍ବାଡ୍ ନାମକ ଜଣେ ବ୍ୟକ୍ତି ତାଙ୍କ ୨୬ ବର୍ଷୀୟା ଗାର୍ଲଫ୍ରେଣ୍ଡଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ଅଭିଯୋଗକୁ ଗାଇକ୍ବାଡ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପୂରା ଘଟଣା ଏକ ଷଡ଼ଯନ୍ତ୍ର। ତାଙ୍କଠାରୁ ଟଙ୍କା ଆଦାୟ କରିବାପାଇଁ ଏହା ତାଙ୍କ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଗାଇକ୍ବାଡଙ୍କ ଗାର୍ଲଫ୍ରେଣ୍ଡଙ୍କ ନାଁ ପ୍ରିୟା ସିଂହ। ପ୍ରାଥମିକ ତଦନ୍ତ ପ୍ରକ୍ରିୟାରେ ଗାଇକ୍ବାଡ୍ ପୁଲିସକୁ କହିଛନ୍ତି ଯେ ସେ ଏବଂ ପ୍ରିୟା ହେଉଛନ୍ତି କେବଳ ସାଙ୍ଗ। ଗାଇକ୍ବାଡ ହେଉଛି ବିଜେୱାଇଏମ୍ ( ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା) ସଭାପତି। ଗାଇକ୍ବାଡ୍ କହିଛନ୍ତି, ପ୍ରିୟା ସିଂହ ନିଶାଶକ୍ତ ଅବସ୍ଥାରେ ଏକ ହୋଟେଲ୍କୁ ଆସିଥିଲେ। ସେହି ହୋଟେଲରେ ଗାଇକ୍ବାଡ୍ ଏବଂ ତାଙ୍କ ପରିବାର ସଦସ୍ୟ ଏକ ପାରିବାରିକ ଫଙ୍କସନ୍ରେ ଯୋଗ ଦେଇଥିଲେ। ପ୍ରିୟା ସିଂହ ସେଠାରେ ଗାଇକ୍ବାଡଙ୍କ ସହ କଥା ହେବାକୁ ଚାହିଥିଲେ। କିନ୍ତୁ ସେ କଥା ନହେବାରୁ ସେଠାରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ପ୍ରିୟା ତାଙ୍କ ଉପରେ ହାତ ଉଠାଇଥିଲେ। ଗାଇକ୍ବାଡଙ୍କ ସାଙ୍ଗମାନେ ଏହି ଘଟଣାରେ ହସ୍ତକ୍ଷେପ କରିବାପରେ ସେ ସେମାନଙ୍କୁ ମଧ୍ୟ ମାରଧର କରିଥିଲେ। ଗାଇକ୍ବାଡ୍ କହିଛନ୍ତି, ତାଙ୍କ ଡ୍ରାଇଭର ଏହି ସମୟରେ କାର୍ ଚଲାଇବା ଆରମ୍ଭ କଲେ। ଫଳରେ ସେ ଆଗରୁ ହଟିଯିବେ। କିନ୍ତୁ ସେ ତଳେ ପଡ଼ିଗଲେ। ଦୁର୍ଘଟଣା ଜାଣିଶୁଣି କରାଯାଇନି ବୋଲି ସେ କହିଛନ୍ତି।

Tags: