ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟର ଗାନ୍ଧିନଗର ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗାନ୍ଧିନଗରରେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଶାହ ଜଣେ ବୁଥ୍ କାର୍ଯ୍ୟକର୍ତ୍ତା ଭାବେ ତାଙ୍କ ଯାତ୍ରାକୁ ମନେ ପକାଇଛନ୍ତି। ଶାହ କହିଛନ୍ତି, ଗାନ୍ଧିନଗର ଆସନରେ ବରିଷ୍ଠ ବିଜେପି ନେତା ଏଲ୍ କେ ଆଡଭାନି ଏବଂ ଅଟଳ ବିହାରୀ ବାଜପେୟୀ ପ୍ରତିନିଧିତ୍ବ କରିଥିବାରୁ ଏହି ଆସନ ଏକ ଗୌରବର ବିଷୟ। ବରିଷ୍ଠ ବିଜେପି ନେତା ଉକ୍ତ ଆସନରେ ବିଧାୟକ […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଗୁଜରାଟର ଗାନ୍ଧିନଗର ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗାନ୍ଧିନଗରରେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଶାହ ଜଣେ ବୁଥ୍ କାର୍ଯ୍ୟକର୍ତ୍ତା ଭାବେ ତାଙ୍କ ଯାତ୍ରାକୁ ମନେ ପକାଇଛନ୍ତି। ଶାହ କହିଛନ୍ତି, ଗାନ୍ଧିନଗର ଆସନରେ ବରିଷ୍ଠ ବିଜେପି ନେତା ଏଲ୍ କେ ଆଡଭାନି ଏବଂ ଅଟଳ ବିହାରୀ ବାଜପେୟୀ ପ୍ରତିନିଧିତ୍ବ କରିଥିବାରୁ ଏହି ଆସନ ଏକ ଗୌରବର ବିଷୟ। ବରିଷ୍ଠ ବିଜେପି ନେତା ଉକ୍ତ ଆସନରେ ବିଧାୟକ ଭାବେ ପ୍ରତିନିଧିତ୍ବ କରିଥିଲେ ଏବଂ ସାଂସଦ ଭାବେ ୩୦ ବର୍ଷ ଧରି ଉକ୍ତ ଆସନରେ ପ୍ରତିନିଧିତ୍ବ କରିଥିଲେ। ଶାହ ଆଜି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଥିଲେ। ପ୍ରାର୍ଥିପତ୍ର ଦାଖଲ କରିବାପରେ ଶାହ ଗଣମାଧ୍ୟମରେ ଉଦବୋଧନ ଦେଇ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଗାନ୍ଧିନଗରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୨୨ହଜାର କୋଟି ଟଙ୍କା ମଂଜୁର ହୋଇଛି। ଶାହ କହିଛନ୍ତି, ଉକ୍ତ ଆସନରେ ଏଲକେ ଆଡଭାନୀ ଏବଂ ଅଟଳ ଜୀ ପ୍ରତିନିଧିତ୍ବ କରିଥିବାରୁ ଏହା ମୋ ପାଇଁ ଏକ ଗୌରବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉକ୍ତ ଆସନରେ ଜଣେ ଭୋଟର ବୋଲି ସେ କହିଛନ୍ତି।

Tags: