ଗାଡ଼ିରେ ନିଆଁ ଲଗାଇଲେ ବିଶୃଙ୍ଖଳ ଜନତା , ଅଳ୍ପକେ ବର୍ତ୍ତିଗଲେ ହରିୟାଣା ବିଚାରପତି, ୩ ବର୍ଷର ଝିଅ

ଗୁରୁଗ୍ରାମ : ହରିୟାଣା ନୁହରେ ସୋମବାର ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବେ ଅନ୍ୟ ରାଜ୍ୟକୁ ବ୍ୟାପିଛି । ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅକାରଣରେ ୬ ଜଣଙ୍କ ଜୀବନ ଚାଲିଯାଇଛି। କିନ୍ତୁ ନୁହର ଜଣେ ଆଡିସନାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ୍ (ଏସିଜେଏମ୍) ଏବଂ ତାଙ୍କ ୩ ବର୍ଷର ଝିଅ ଏହି ହିଂସା କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ କାର୍ ଉପରେ କିଛି ବିଶୃଙ୍ଖଳ ଜନତା ଆକ୍ରମଣ କରିଥିଲେ […]

Samaya Live Picture
Published On

ଗୁରୁଗ୍ରାମ : ହରିୟାଣା ନୁହରେ ସୋମବାର ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଏବେ ଅନ୍ୟ ରାଜ୍ୟକୁ ବ୍ୟାପିଛି । ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅକାରଣରେ ୬ ଜଣଙ୍କ ଜୀବନ ଚାଲିଯାଇଛି। କିନ୍ତୁ ନୁହର ଜଣେ ଆଡିସନାଲ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ୍ (ଏସିଜେଏମ୍) ଏବଂ ତାଙ୍କ ୩ ବର୍ଷର ଝିଅ ଏହି ହିଂସା କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ କାର୍ ଉପରେ କିଛି ବିଶୃଙ୍ଖଳ ଜନତା ଆକ୍ରମଣ କରିଥିଲେ ଏବଂ କାର୍ରେ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ସେମାନେ କାର୍ରୁ ବାହାରି ଆସିବାରେ ସକ୍ଷମ ହୋଇଥିବାରୁ ବଞ୍ଚି ଯାଇଛନ୍ତି। ଏସିଜେଏମ୍ ଅଞ୍ଜଳି ଜୈନ ଏବଂ ତାଙ୍କ ଝିଅ ଉପରକୁ ଆକ୍ରମଣକାରୀ ଗୋଡ଼ାଇ ଗୋଡ଼ାଇ ପଥର ମାଡ଼ କରିଥିଲେ ଏବଂ ଗୁଳି ଚଳାଇଥିଲେ। ବିଚାରପତି ଏବଂ ତାଙ୍କ ଝିଅ ନୁହ ପୁରୁଣା ବସ ଷ୍ଟାଣ୍ଡ୍ ନିକଟସ୍ଥ ୱାର୍କସପ୍ରେ ଆଶ୍ରୟ ନେଇଥିୂଲେ। ଏନେଇ ସିଟି ନୁହ ଥାନାରେ ଏତଲା ରୁଜୁ ହୋଇଛି। ଏତଲା ଅନୁଯାୟୀ ସୋମବାର ଦିନ ଅପରାହ୍ନ ପ୍ରାୟ ୧ଟା ସମୟରେ ଏସିଜେଏମ୍, ତାଙ୍କ ୩ ବର୍ଷର ଝିଅ ଏବଂ ଗନମ୍ୟାନ୍ ସିୟାରାମ ସେମାନଙ୍କ କାର୍ରେ ନହ୍ଲାରର ଏସକେଏମ୍ ମେଡିକାଲ କଲେଜ ଯାଇଥିଲେ। ପ୍ରାୟ ୨ଟା ବେଳକୁ ସେମାନେ ମେଡିକାଲ କଲେଜରୁ ଫେରିଥିଲେ। ତେବେ ଦିଲ୍ଲୀ-ଅଲୱର ରୋଡ୍ ସ୍ଥିତ ପୁରୁଣା ବସ ଷ୍ଟାଣ୍ଡ୍ ନିକଟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା।

Tags: