ଗାଜା ହସ୍ପିଟାଲ ବିସ୍ଫୋରଣ ପଛରେ ‘ଇସ୍ଲାମିକ ଜିହାଦ୍’ : ଇସ୍ରାଏଲ
ନୂଆଦିଲ୍ଲୀ: ଗାଜାରେ ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା । ତେବେ ଏହି ଆକ୍ରମଣରେ ଇସ୍ରାଏଲର କୌଣସି ସମ୍ପୃକ୍ତି ନାହିଁ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି। ଆକ୍ରମଣ ପାଇଁ ଇସ୍ରାଏଲୀ ସେନା ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠି ଇସଲାମିକ ଜିହାଦକୁ ଦାୟୀ କରିବା ସହ ବଳିଷ୍ଠ ପ୍ରମାଣ ଜାରି କରିଛି। ଇସଲାମିକ ଜିହାଦ୍ ଭୁଲ୍ ରକେଟ ମାଡ଼ କରିଛି ଏବଂ ଗାଜା […]
ନୂଆଦିଲ୍ଲୀ: ଗାଜାରେ ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା । ତେବେ ଏହି ଆକ୍ରମଣରେ ଇସ୍ରାଏଲର କୌଣସି ସମ୍ପୃକ୍ତି ନାହିଁ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି। ଆକ୍ରମଣ ପାଇଁ ଇସ୍ରାଏଲୀ ସେନା ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠି ଇସଲାମିକ ଜିହାଦକୁ ଦାୟୀ କରିବା ସହ ବଳିଷ୍ଠ ପ୍ରମାଣ ଜାରି କରିଛି। ଇସଲାମିକ ଜିହାଦ୍ ଭୁଲ୍ ରକେଟ ମାଡ଼ କରିଛି ଏବଂ ଗାଜା ହସ୍ପିଟାଲ ଏହାର ଶିକାର ହୋଇଛି ବୋଲି ଇସ୍ରାଏଲ ଦାବି କରିଛି। ନିଜର ଏହି ଦାବିକୁ ଠିକ୍ ସାବ୍ୟସ୍ତ କରିବାପାଇଁ ଇସ୍ରାଏଲ କେତେକ ଭିଡିଓ ମଧ୍ୟ ଜାରି କରିଛି। ଇସ୍ରାଏଲ ଉଭୟ ବିସ୍ଫୋରଣ ପୂର୍ବର ଏବଂ ବିସ୍ଫୋରଣ ପରର ଭିଡିଓ ଜାରି କରିଛି। ଇସ୍ରାଏଲ ବାୟୁସେନା ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ହସ୍ପିଟାଲ୍ ପାର୍କିଂ ସ୍ଥଳରେ ରକେଟ୍ ମାଡ଼ ହେବାପରେ ହସ୍ପିଟାଲ୍ କୋଠାଟି ଜଳୁଛି। ଇସ୍ରାଏଲ ସେନା ଦାବି କରିଛି ଯେ ସେମାନଙ୍କ ଯୁଦ୍ଧାସ୍ତ୍ର ଏବଂ ବିଶେଷ କରି ସେମାନଙ୍କ ରକେଟ୍ର ଅତି ଶକ୍ତିଶାଳୀ ପ୍ରଭାବ ରହିଛି ଏବଂ ରକେଟ୍ ମାଡ଼ ହେବା ସ୍ଥଳରେ ବଡ଼ ଧରଣର ଗର୍ତ୍ତ ହୋଇଯାଏ। କିନ୍ତୁ ବିସ୍ଫୋରଣ ହୋଇଥିବା ହସ୍ପିଟାଲ ନିକଟରେ କୌଣସି ପ୍ରକାରର ବଡ଼ ଧରଣର ଗର୍ତ୍ତ ହୋଇନାହିଁ କି ହସ୍ପିଟାଲ୍ ସେଭଳି ଭାବେ କ୍ଷତିଗ୍ରସ୍ତ ହୋଇନାହିଁ। ଇସ୍ରାଏଲୀ ସାମରିକ ମୁଖପାତ୍ର ଏହି ଦାବି କରିଛନ୍ତି। ଇସ୍ରାଏଲ ସେନା ମଧ୍ୟ ଏକ ଅଡିଓ ରେକର୍ଡିଂ ଜାରି କରିଛି। ଏହି ଅଡିଓ ରେକର୍ଡିଂରେ ଶୁଣିବାକୁ ମିଳିଛି ଯେ ଇସଲାମିକ ଜିହାଦର ଭୁଲ୍ ରକେଟ୍ ମାଡ଼ ନେଇ ହମାସ ଆତଙ୍କବାଦୀମାନେ ଆଲୋଚନା କରୁଛନ୍ତି।




