ଗାଜା ହସ୍ପିଟାଲ ନିକଟରେ ଜୋରଦାର ଲଢ଼େଇ , ହଜାର ହଜାର ଲୋକ ଫସିଛନ୍ତି

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଗାଜାରେ ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ମେଡିକାଲ ଯୋଗାଣ ବନ୍ଦ ହୋଇଯିବାରୁ ହସ୍ପିଟାଲ୍ ଗୁଡ଼ିକ ଏବେ ଅଚଳ ହୋଇଯାଇଛି। ହସ୍ପିଟାଲ ନିକଟରେ ଏବେ ହମାସ ଏବଂ ଇସ୍ରାଏଲ ସେନା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ହସ୍ପିଟାଲରେ ରୋଗୀ, ଡାକ୍ତର ଏବଂ ସାଧାରଣ ନାଗରିକ ଫସି ରହିଥିବାବେଳେ ବାହାରେ ଲଢ଼େଇ ଜାରି ରହିଛି ବୋଲି ଗାଜା ଅଧିକାରୀମାନେ କହିଛନ୍ତି। ଗାଜାର ସବୁଠାରୁ ବୃହତ୍ତମ ହସ୍ପିଟାଲ ଅଲ ସିଫା ଏବଂ ଦ୍ବିତୀୟ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଗାଜାରେ ପ୍ରମୁଖ ହସ୍ପିଟାଲ ଗୁଡ଼ିକରେ ମେଡିକାଲ ଯୋଗାଣ ବନ୍ଦ ହୋଇଯିବାରୁ ହସ୍ପିଟାଲ୍ ଗୁଡ଼ିକ ଏବେ ଅଚଳ ହୋଇଯାଇଛି। ହସ୍ପିଟାଲ ନିକଟରେ ଏବେ ହମାସ ଏବଂ ଇସ୍ରାଏଲ ସେନା ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି। ହସ୍ପିଟାଲରେ ରୋଗୀ, ଡାକ୍ତର ଏବଂ ସାଧାରଣ ନାଗରିକ ଫସି ରହିଥିବାବେଳେ ବାହାରେ ଲଢ଼େଇ ଜାରି ରହିଛି ବୋଲି ଗାଜା ଅଧିକାରୀମାନେ କହିଛନ୍ତି। ଗାଜାର ସବୁଠାରୁ ବୃହତ୍ତମ ହସ୍ପିଟାଲ ଅଲ ସିଫା ଏବଂ ଦ୍ବିତୀୟ ବୃହତ୍ତମ ଅଲ କୁଦ୍ସ ସେମାନଙ୍କ ଅପରେସନ ବନ୍ଦ କରିଦେଇଛନ୍ତି ଏବଂ ଗାଜାରେ ଥିବା ହସ୍ପିଟାଲ ଗୁଡ଼ିକରେ ଅପରେସନ ବନ୍ଦ ରହିଛି। ଇତି ମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଅନୁଯାୟୀ ସେମାନେ ସିଫା ହସ୍ପିଟାଲ୍କୁ ୩୦୦ ଲିଟର ତୈଳ ଦେଇଛନ୍ତି କିନ୍ତୁ ସେମାନେ ହମାସ ଏହାକୁ ହସ୍ପିଟାଲ୍ରେ ପହଞ୍ଚିବାକୁ ଦେଉନାହିଁ ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଦାବି ହୋଇଛି। ଇସ୍ରାଏଲର ସେନା ଏବଂ ଉଦ୍ଧାର ସେବା ଅନୁଯାୟୀ ଉତ୍ତର ଇସ୍ରାଏଲରେ ଲେବାନନ୍ର ହେଜବୋଲ୍ଲା ଗୋଷ୍ଠୀ ଆକ୍ରମଣ ପାଇଁ ୭ ଜଣ ଇସ୍ରାଏଲୀ ସୈନିକ ଆହତ ହୋଇଛନ୍ତି ଏବଂ ୧୦ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ଯୁଦ୍ଧ ଯୋଗୁଁ ଗାଜାରେ ୧୧,୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। କେବଳ ୱେଷ୍ଟବ୍ୟାଙ୍କ୍ରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ପାଲେଷ୍ଟାଇନ ପକ୍ଷରୁ ଦାବି ହୋଇଛି।

Tags: