ଗାଜା ହସ୍ପିଟାଲ ତଳୁ ମିଳିଲା ୫୫ମିଟର ଲମ୍ବ ଆତଙ୍କୀ ଟନେଲ

ନୂଆଦିଲ୍ଲୀ : ଉତ୍ତର ଗାଜାର ଅଲ୍ ସିଫା ହସ୍ପିଟାଲରେ ଇସ୍ରାଏଲ ସେନା ଏହାର ଅପରେସନ୍ ଜାରି ରଖିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଅଲ୍ ସିଫା ହସ୍ପିଟାଲ ତଳୁ ୫୫ ମିଟର ଲମ୍ବର ଏକ ଆତଙ୍କୀ ଟନେଲ ଠାବ କରିଛି। ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏକ ପୋଷ୍ଟ୍ କରି ଆଇଡିଏଫ୍ ଏହି ସୂଚନା ଦେଇଛି। ଏହି ଟନେଲର ସମ୍ମୁଖ ଭାଗରେ ଏକ ବ୍ଲାଷ୍ଟ ପ୍ରୁଫ୍ ଦ୍ବାର ଅଛି ଏବଂ ଏକ ଫାଇରିଂ ହୋଲ୍ ଅଛି। ହମାସ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତର ଗାଜାର ଅଲ୍ ସିଫା ହସ୍ପିଟାଲରେ ଇସ୍ରାଏଲ ସେନା ଏହାର ଅପରେସନ୍ ଜାରି ରଖିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଅଲ୍ ସିଫା ହସ୍ପିଟାଲ ତଳୁ ୫୫ ମିଟର ଲମ୍ବର ଏକ ଆତଙ୍କୀ ଟନେଲ ଠାବ କରିଛି। ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏକ ପୋଷ୍ଟ୍ କରି ଆଇଡିଏଫ୍ ଏହି ସୂଚନା ଦେଇଛି। ଏହି ଟନେଲର ସମ୍ମୁଖ ଭାଗରେ ଏକ ବ୍ଲାଷ୍ଟ ପ୍ରୁଫ୍ ଦ୍ବାର ଅଛି ଏବଂ ଏକ ଫାଇରିଂ ହୋଲ୍ ଅଛି। ହମାସ ଅଲ୍ ସିଫା ହସ୍ପିଟାଲକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛି ବୋଲି ପ୍ରମାଣ କରିବାପାଇଁ ଇସ୍ରାଏଲ ଆଉ ଏକ ଭିଡିଓ ସେୟାର କରିଛି। ଗାଜାର ଏହି ମୁଖ୍ୟ ହସ୍ପିଟାଲରେ ହମାସ ଆତଙ୍କବାଦୀ ବିଦେଶ ନାଗରିକଙ୍କୁ ପଣବନ୍ଦୀ ରଖିଥିବା ଇସ୍ରାଏଲ ଦାବି କରିଛି ଏବଂ ଏହାର ଏକ ଭିଡିଓ ଜାରି କରିଛି। ହମାସ ଆତଙ୍କବାଦୀମାନେ ହସ୍ପିଟାଲକୁ ଆତଙ୍କବାଦୀ ଭିତ୍ତିଭୂମି ଭାବେ ବ୍ୟବହାର କରୁଛନ୍ତି।

Tags: