ଗାଜା ହସ୍ପିଟାଲ୍ ବିସ୍ଫୋରଣ ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜା ହସ୍ପିଟାଲ୍ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ଗାଜାରେ ଅଲ ଅହଲି ହସ୍ପିଟାଲ ବିସ୍ଫୋରଣରେ ହୋଇଥିବା ଏତେ ଗୁଡ଼ିଏ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଁ ଗଭୀର ଭାବେ ସ୍ତବ୍ଧ। ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି ଏବଂ ଆହତଙ୍କ ପାଇଁ ଆମେ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯୁଦ୍ଧରେ ଅଧିକ ନାଗରିକଙ୍କ ମୃତ୍ୟୁ ବଢ଼ିବା ଅତ୍ୟନ୍ତ ଚିନ୍ତାଜନକ। […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାଜା ହସ୍ପିଟାଲ୍ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି, ଗାଜାରେ ଅଲ ଅହଲି ହସ୍ପିଟାଲ ବିସ୍ଫୋରଣରେ ହୋଇଥିବା ଏତେ ଗୁଡ଼ିଏ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଁ ଗଭୀର ଭାବେ ସ୍ତବ୍ଧ। ମୃତକଙ୍କ ପରିବାର ସଦସ୍ୟଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି ଏବଂ ଆହତଙ୍କ ପାଇଁ ଆମେ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯୁଦ୍ଧରେ ଅଧିକ ନାଗରିକଙ୍କ ମୃତ୍ୟୁ ବଢ଼ିବା ଅତ୍ୟନ୍ତ ଚିନ୍ତାଜନକ। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ ଏଥିପାଇଁ ଦାୟୀ କରାଯିବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ଗାଜାରେ ଗତକାଲି ହସ୍ପିଟାଲ୍ ଉପରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଖାଲି ମୋଦୀ ନୁହନ୍ତି ଅନେକ ରାଷ୍ଟ୍ର ମୁଖ୍ୟ ଏବଂ ଜାତିସଂଘ କର୍ତ୍ତୃପକ୍ଷ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

Tags: