ଗାଜା ହସ୍ପିଟାଲରେ ବୋମାମାଡ଼, ୫୦୦ ମୃତ
ଗାଜା: ଗାଜାର ଅଲ-ଆହଲି ଆରବୀ ହସ୍ପିଟାଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଭୟଙ୍କର ବୋମାମାଡ଼ ହୋଇଛି। ବୋମାମାଡ଼ ଯୋଗୁଁ ପ୍ରାୟ ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ଗାଜା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପ୍ରମୁଖ ହସ୍ପିଟାଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ ଏହା ଇସ୍ରାଏଲ ବାୟୁସେନାର ଆକ୍ରମଣ ଥିଲା ବୋଲି ହମାସ୍ ଦାବି କରିଛି। ଗାଜା ସ୍ବାସ୍ଥ୍ୟ […]
ଗାଜା: ଗାଜାର ଅଲ-ଆହଲି ଆରବୀ ହସ୍ପିଟାଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଭୟଙ୍କର ବୋମାମାଡ଼ ହୋଇଛି। ବୋମାମାଡ଼ ଯୋଗୁଁ ପ୍ରାୟ ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ଗାଜା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପ୍ରମୁଖ ହସ୍ପିଟାଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା ଏବଂ ଏହା ଇସ୍ରାଏଲ ବାୟୁସେନାର ଆକ୍ରମଣ ଥିଲା ବୋଲି ହମାସ୍ ଦାବି କରିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା ଅସରଫ୍ ଅଲ୍ କ୍ବାଦ୍ରା କହିଛନ୍ତି ଆକ୍ରମଣର ୨ ଘଣ୍ଟା ଭିତରେ ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଛି। ଅନ୍ୟପକ୍ଷେ ଇସ୍ରାଏଲ ବାୟୁସେନା ପକ୍ଷରୁ ଦାବି ହୋଇଛି ଯେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ ଜିହାଦର ଭୁଲ୍ ବୋମା ମାଡ଼ ଯୋଗୁଁ ଏତେବଡ଼ ଅଘଟଣ ଘଟିଯାଇଛି। ବୋମାମାଡ଼ରେ ହସ୍ପିଟାଲ ଛାରଖାର ହୋଇଯାଇଛି ଏବଂ ଧ୍ବଂସାବଶେଷ ତଳେ ଆହୁରି ଶତାଧିକ ଲୋକଙ୍କ ଶବ ରହିଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଉତ୍ତରା ଗାଜା ଛାଡ଼ିବା ପାଇଁ ପ୍ରସ୍ତୁତ ରହିଥିବା ପ୍ରାୟ ୨ ହଜାର ଲୋକ ଏହି ହସ୍ପିଟାଲ ପରିସରରେ ଆଶ୍ରୟ ନେଇଥିବା ସମୟରେ ଆକ୍ରମଣ ହୋଇଛି। ଯୁଦ୍ଧର ଏକାଦଶ ଦିବସରେ ଗାଜାକୁ ଶାସ୍ତି ଦେବାପାଇଁ ଇସ୍ରାଏଲ ଏଭଳି ଅମାନବୀୟ ଆକ୍ରମଣ କରିଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ହମାସ୍ ଏହି ଆକ୍ରମଣକୁ ଇସ୍ରାଏଲର ଭୟାନକ ଯୁଦ୍ଧ ଅପରାଧ ବୋଲି କହିବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ଦାବି କରିଛି।




