ଗାଜା ମୃତ୍ୟୁସଂଖ୍ୟା ୪୭୦୦ ଟପିଲା, ନେତାନ୍ୟାହୁଙ୍କ ଚେତାବନୀ ହେଜବୋଲ୍ଲା ଯୁଦ୍ଧରେ ସାମିଲ ହେଲେ ଭୟଙ୍କର ସ୍ଥିତି ଉପୁଜିବ

ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଚେତାବନୀ ଦେଇ କହିଛନ୍ତି ଯେ ଯଦି ହେଜବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧରେ ସାମିଲ ହେବ ତେବେ ଅତି ଭୟଙ୍କର ସ୍ଥିତି ଉପୁଯିବ। ଇସ୍ରାଏଲ ବିରୋଧରେ ଲେବାନନ୍ ଯୁଦ୍ଧରେ ସାମିଲ ହେଲେ ଏହା ବଡ଼ ଧରଣର ବିପର୍ଯ୍ୟୟ ସାମ୍ନା କରିବ ବୋଲି ନେତାନ୍ୟାହୁ କହିଛନ୍ତି। ଅନ୍ୟପକ୍ଷେ ଗାଜା ଷ୍ଟ୍ରିପ୍ରେ ମୃତ୍ୟୁସଂଖ୍ୟା ୪,୭୪୧ରେ ପହଞ୍ଚିଛି। ଆହତଙ୍କ ସଂଖ୍ୟା ୧୬ ହଜାର ଟପିଯାଇଛି ବୋଲି ପାଲେଷ୍ଟିନୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ଚେତାବନୀ ଦେଇ କହିଛନ୍ତି ଯେ ଯଦି ହେଜବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧରେ ସାମିଲ ହେବ ତେବେ ଅତି ଭୟଙ୍କର ସ୍ଥିତି ଉପୁଯିବ। ଇସ୍ରାଏଲ ବିରୋଧରେ ଲେବାନନ୍ ଯୁଦ୍ଧରେ ସାମିଲ ହେଲେ ଏହା ବଡ଼ ଧରଣର ବିପର୍ଯ୍ୟୟ ସାମ୍ନା କରିବ ବୋଲି ନେତାନ୍ୟାହୁ କହିଛନ୍ତି। ଅନ୍ୟପକ୍ଷେ ଗାଜା ଷ୍ଟ୍ରିପ୍ରେ ମୃତ୍ୟୁସଂଖ୍ୟା ୪,୭୪୧ରେ ପହଞ୍ଚିଛି। ଆହତଙ୍କ ସଂଖ୍ୟା ୧୬ ହଜାର ଟପିଯାଇଛି ବୋଲି ପାଲେଷ୍ଟିନୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୱେଷ୍ଟ ବ୍ୟାଙ୍କ୍ରେ ୮୪ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଅନୁଯାୟୀ ଏହା ଶନିବାର ରାତିରେ ଗାଜା ସୀମା ନିକଟରେ ବିମାନ ଆକ୍ରମଣ କରି ହମାସ ନୁଖବା କମାଣ୍ଡୋର ୨ ସଦସ୍ୟଙ୍କୁ ନିପାତ କରିଛି। ହମାସ ନୁଖବା ବିଭାଗ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ ଆରମ୍ଭ କରିଥିଲା। ଇତି ମଧ୍ୟରେ ଗାଜା ଷ୍ଟ୍ରିପ୍ରେ ସ୍ଥଳ ଅଭିଯାନ ଆରମ୍ଭ କରିବାପାଇଁ ଇସ୍ରାଏଲ ସେନା ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛି। ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ କହିଛନ୍ତି, ଇସ୍ରାଏଲ ପରବର୍ତ୍ତୀ ପର୍ଯ୍ୟାୟ ଯୁଦ୍ଧରେ ପ୍ରବେଶ କରିବାପାଇଁ ଯୋଜନା କରୁଛି।

Tags: