ଗାଜା ବିସ୍ଥାପିତଙ୍କ ଶିବିର ଉପରେ ଇସ୍ରାଏଲର ବୋମାମାଡ଼, ୭୧ ମୃତ

ଗାଜା: ଗାଜାର ଖାନ୍ ୟୁନିସ୍‌ରେ ବିସ୍ଥାପିତଙ୍କ ଶିବିର ଉପରେ ଇସ୍ରାଏଲ ସେନା ଭୀଷଣ ବୋମାମାଡ଼ କରିଛି। ଏକ ବିମାନ ଆକ୍ରମଣରେ ଅତି କମ୍‌ରେ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି। ହମାସ ଦ୍ୱାରା ପରିଚାଳିତ ଗାଜା ସରକାର ଏହି ଆକ୍ରମଣକୁ ଏକ ବୀଭତ୍ସ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିବା ସହ ‘ନିରାପଦ ଅଞ୍ଚଳ’ ଘୋଷଣା ହୋଇଥିବା ସ୍ଥାନ ଉପରେ ଏଭଳି ବୋମାବର୍ଷା ବଡ଼ ଧରଣର ଯୁଦ୍ଧ ଅପରାଧ ବୋଲି କହିଛି। ମୃତକଙ୍କ […]

Samaya Live Picture
Published On

ଗାଜା: ଗାଜାର ଖାନ୍ ୟୁନିସ୍‌ରେ ବିସ୍ଥାପିତଙ୍କ ଶିବିର ଉପରେ ଇସ୍ରାଏଲ ସେନା ଭୀଷଣ ବୋମାମାଡ଼ କରିଛି। ଏକ ବିମାନ ଆକ୍ରମଣରେ ଅତି କମ୍‌ରେ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି। ହମାସ ଦ୍ୱାରା ପରିଚାଳିତ ଗାଜା ସରକାର ଏହି ଆକ୍ରମଣକୁ ଏକ ବୀଭତ୍ସ ହତ୍ୟାକାଣ୍ଡ ବୋଲି ବର୍ଣ୍ଣନା କରିବା ସହ ‘ନିରାପଦ ଅଞ୍ଚଳ’ ଘୋଷଣା ହୋଇଥିବା ସ୍ଥାନ ଉପରେ ଏଭଳି ବୋମାବର୍ଷା ବଡ଼ ଧରଣର ଯୁଦ୍ଧ ଅପରାଧ ବୋଲି କହିଛି। ମୃତକଙ୍କ ମଧ୍ୟରେ ବେସାମରିକ ଜରୁରୀକାଳୀନ ସେବାର ସଦସ୍ୟ ମଧ୍ୟ ଅଛନ୍ତି। ଖାନ୍ ୟୁନିସ୍ ବିସ୍ଥାପିତଙ୍କ କ୍ୟାମ୍ପ ଉପରେ ବୋମାମାଡ଼ କରି ଇସ୍ରାଏଲ ସେନା ବଡ଼ ଧରଣର ଆତଙ୍କ ସୃଷ୍ଟି କରିଥିବା ବେଳେ ଜାତିସଂଘ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛି। ବିସ୍ଥାପିତଙ୍କ ଶିବିର, ହସ୍ପିଟାଲ, ବିଭିନ୍ନ ସ୍କୁଲ୍‌ରେ ଚାଲିଥିବା ଅସ୍ଥାୟୀ ଶିବିର ଉପରେ ତୁହାକୁ ତୁହା ବୋମାମାଡ଼ ଭୟାନକ ସ୍ଥିତି ସୃଷ୍ଟି କରିଛି।

Tags: