ଗାଜା ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ୨୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ଜାନୁଆରି ମାସରୁ ଚାଲିଥିବା ଅସ୍ତ୍ରବିରତିକୁ ଭାଙ୍ଗି ଇସ୍ରାଏଲ ମଙ୍ଗଳବାର ସକାଳେ ଗାଜାରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିବାରୁ ଅତି କମ୍‌ରେ ୨୫୪ ଜଣଙ୍କ ମୃତ୍ୟୁ ଘଟିଛି। ଗାଜା ସିଟି, ଦେଇର ଅଲ-ବାଲାହ, ଖାନ୍ ୟୁନିସ୍ ଏବଂ ରାଫାହ ସମେତ ଏକାଧିକ ସ୍ଥାନରେ ହୋଇଥିବା ଏହି ଆକ୍ରମଣ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ଇସ୍ରାଏଲ ଦ୍ବାରା ସବୁଠାରୁ ବଡ଼ ଆକ୍ରମଣ। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ, […]

Samaya Live Picture
Published On

ନୂଆଦିଲ୍ଲୀ : ଜାନୁଆରି ମାସରୁ ଚାଲିଥିବା ଅସ୍ତ୍ରବିରତିକୁ ଭାଙ୍ଗି ଇସ୍ରାଏଲ ମଙ୍ଗଳବାର ସକାଳେ ଗାଜାରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିବାରୁ ଅତି କମ୍‌ରେ ୨୫୪ ଜଣଙ୍କ ମୃତ୍ୟୁ ଘଟିଛି। ଗାଜା ସିଟି, ଦେଇର ଅଲ-ବାଲାହ, ଖାନ୍ ୟୁନିସ୍ ଏବଂ ରାଫାହ ସମେତ ଏକାଧିକ ସ୍ଥାନରେ ହୋଇଥିବା ଏହି ଆକ୍ରମଣ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ଇସ୍ରାଏଲ ଦ୍ବାରା ସବୁଠାରୁ ବଡ଼ ଆକ୍ରମଣ। ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ, କାରଣ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିବା ଆବାସିକ ଅଞ୍ଚଳରେ ଆକ୍ରମଣ ହୋଇଥିଲା ଆକ୍ରମଣ ପରେ ହ୍ଵାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି ଯେ ଆକ୍ରମଣ କରିବା ପୂର୍ବରୁ ଇସ୍ରାଏଲ ଟ୍ରମ୍ପ ପ୍ରଶାସନ ସହ ପରାମର୍ଶ କରିଥିଲା। ଫକ୍ସ ନ୍ୟୁଜର ‘ହାନିଟି’ ଶୋ’କୁ ହ୍ଵାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କାରୋଲିନ୍ ଲିଭିଟ୍ କହିଛନ୍ତି, ଆଜି ରାତିରେ ଗାଜାରେ ଆକ୍ରମଣ ନେଇ ଟ୍ରମ୍ପ୍ ପ୍ରଶାସନ ଏବଂ ହ୍ୱାଇଟ୍ ହାଉସ୍ କୁ ଇସ୍ରାଏଲ୍ ପରାମର୍ଶ ଦେଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହାମାସ ଏବଂ ଇରାନ ସମର୍ଥିତ ହୁତି ସମେତ ଅନ୍ୟ ଗୋଷ୍ଠୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ ଏହି କାର୍ଯ୍ୟ ପାଇଁ “ମୂଲ୍ୟ ଦେବେ”।

Tags: