ଗାଜା ଉପରେ ଇସ୍ରାଏଲର ଟ୍ୟାଙ୍କ୍‌ ଓ ବିମାନ ଆକ୍ରମଣ, ୨୧ ମୃତ

କାଇରୋ: ଗାଜା ଉପରେ ଇସ୍ରାଏଲ ଆକ୍ରମଣ ପୁଣି ଘାତକ ହୋଇଛି। ଇସ୍ରାଏଲର ଟ୍ୟାଙ୍କ୍‌ ଓ ବିମାନ ଆକ୍ରମଣରେ ୨୧ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ପାଲେଷ୍ଟାଇନ୍‌ର ଅଲ୍‌ ଅୱଦା ହସ୍‌ପିଟାଲ୍‌ର ସୂଚନାନୁସାରେ, ଉତ୍ତର ଓ ଦକ୍ଷିଣ ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଟ୍ୟାଙ୍କ୍‌ ଆକ୍ରମଣ ଜାରି ରହିଛି। ଶନିବାର ଠାରୁ ଗୁରୁବାର ମଧ୍ୟରେ ୨୧ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜେଇତୁନ୍‌ର ଏକ ପରିବାରର ୭ ଜଣ ସଦସ୍ୟ ଅଛନ୍ତି। ଏପରିକି ବୁରେଜି ଶରଣାର୍ଥୀ ଶିବିର ଉପରେ ମଧ୍ୟ […]

Samaya Live Picture
Published On

କାଇରୋ: ଗାଜା ଉପରେ ଇସ୍ରାଏଲ ଆକ୍ରମଣ ପୁଣି ଘାତକ ହୋଇଛି। ଇସ୍ରାଏଲର ଟ୍ୟାଙ୍କ୍‌ ଓ ବିମାନ ଆକ୍ରମଣରେ ୨୧ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ପାଲେଷ୍ଟାଇନ୍‌ର ଅଲ୍‌ ଅୱଦା ହସ୍‌ପିଟାଲ୍‌ର ସୂଚନାନୁସାରେ, ଉତ୍ତର ଓ ଦକ୍ଷିଣ ଗାଜାଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଟ୍ୟାଙ୍କ୍‌ ଆକ୍ରମଣ ଜାରି ରହିଛି। ଶନିବାର ଠାରୁ ଗୁରୁବାର ମଧ୍ୟରେ ୨୧ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜେଇତୁନ୍‌ର ଏକ ପରିବାରର ୭ ଜଣ ସଦସ୍ୟ ଅଛନ୍ତି। ଏପରିକି ବୁରେଜି ଶରଣାର୍ଥୀ ଶିବିର ଉପରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିରେ ଅନେକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଗାଜାରେ ଦୁଇ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଗାଜାର ଖାନ୍‌ ୟୁନୁସ୍‌ ଉପରେ ହୋଇଥିବା ଆକ୍ରମଣରେ ଜଣେ ଶିଶୁଙ୍କ ସହ ୬ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଉକ୍ତ ହସ୍‌ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Tags: