ଗାଜାର ୧୦୦ ଆତଙ୍କବାଦୀ ଆଡ଼ା ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼

ତେଲ ଅଭିଭ : ଗାଜା ଷ୍ଟ୍ରିପ୍‌ର ୧୦୦ଟି ଆତଙ୍କବାଦୀ ଆଡ଼ା ଉପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କ୍ଷେପଣାସ୍ତ୍ର ମାଡ଼ କରିଛି। ଆଇଡିଏଫ୍‌ ପକ୍ଷରୁ ଜାରି ସୂଚନାନୁସାରେ, ଏହି ଆଡ଼ାସ୍ଥଳଗୁଡ଼ିକ ମଧ୍ୟରେ ରକେଟ୍‌ ଲଞ୍ଚର ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର ରହିଛି। ଗାଜା ସିଟି ମଧ୍ୟରେ ଆଇଡିଏଫ୍‌ ଯବାନମାନେ ଏକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଧ୍ବଂସ କରି ସେଠାରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଇସ୍ରାଏଲ ସେନାଙ୍କୁ ଆକ୍ରମଣ କରିବା ନି‌ମନ୍ତେ ଏକାଧିକ ସ୍ଥାନରେ ମାଇନ୍‌ସ ଖଞ୍ଜାଯାଇଥିଲା। ସେଗୁଡ଼ିକୁ ଠାବ […]

ଗାଜାର ୧୦୦ ଆତଙ୍କବାଦୀ ଆଡ଼ା ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼
Samaya Live Picture
Published On

ତେଲ ଅଭିଭ : ଗାଜା ଷ୍ଟ୍ରିପ୍‌ର ୧୦୦ଟି ଆତଙ୍କବାଦୀ ଆଡ଼ା ଉପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କ୍ଷେପଣାସ୍ତ୍ର ମାଡ଼ କରିଛି। ଆଇଡିଏଫ୍‌ ପକ୍ଷରୁ ଜାରି ସୂଚନାନୁସାରେ, ଏହି ଆଡ଼ାସ୍ଥଳଗୁଡ଼ିକ ମଧ୍ୟରେ ରକେଟ୍‌ ଲଞ୍ଚର ଓ ଅସ୍ତ୍ରଶସ୍ତ୍ର ଭଣ୍ଡାର ରହିଛି। ଗାଜା ସିଟି ମଧ୍ୟରେ ଆଇଡିଏଫ୍‌ ଯବାନମାନେ ଏକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଧ୍ବଂସ କରି ସେଠାରେ ଥିବା ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଇସ୍ରାଏଲ ସେନାଙ୍କୁ ଆକ୍ରମଣ କରିବା ନି‌ମନ୍ତେ ଏକାଧିକ ସ୍ଥାନରେ ମାଇନ୍‌ସ ଖଞ୍ଜାଯାଇଥିଲା। ସେଗୁଡ଼ିକୁ ଠାବ କରି ନିଷ୍କ୍ରିୟ କରାଯାଇଛି। ସେହିଭଳି ଆଇଡିଏଫ୍‌ର ବିମାନ ଉତ୍ତରଗାଜା, ରାଫା ଓ ଖାନ୍‌ ୟୁନିସ୍‌ରେ ଥିବା ହମାସ୍‌ ଆଡ଼ାସ୍ଥଳୀଗୁଡ଼ିକ ଉପରେ ଆକ୍ରମଣ କରିଛି। ଗତ ସପ୍ତାହକ ମଧ୍ୟରେ ୧୦୦ଜଣ ହମାସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ମଧ୍ୟରେ ହମାସ୍‌ର ସେନା ସହାୟତା ଶାଖା ମୁଖ୍ୟ ହାଖାମ୍‌ ଇସା, ଖାନ୍‌ ୟୁନିସ୍‌ ବ୍ରିଗେଡ୍‌ର ଅଭିଯାନ ବିଭାଗ କମାଣ୍ଡର ମହମ୍ମଦ ଅଲ୍‌ ଶେଖ୍‌, ଜେଇତୁନ୍‌ ବାଟାଲିୟନ୍‌ର କମ୍ପାନି କମାଣ୍ଡର ଇସା ଅବ୍ବାସ, ସାବ୍ରା ବାଟାଲିୟନ୍‌ର କମ୍ପାନି କମାଣ୍ଡର ମହମ୍ମଦ ଜରାଶାଙ୍କ ମୃତ୍ୟୁ ଘଟିଛି।

Tags: