ଗାଜାରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ,ବ୍ଲିଙ୍କେନ୍‌ଙ୍କ ଇସ୍ରାଏଲ ଗସ୍ତ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି। ଅକ୍ଟୋବର ୭ ତାରିଖରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏଯାବତ ଗାଜାରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପେକ୍ଷ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ଗାଜା ଷ୍ଟ୍ରିପରେ ଲଢ଼େଇ ଜାରି ରଖିଥିବା ଇସ୍ରାଏଲ ସେନା ହମାସ ସୁଡ଼ଙ୍ଗ, ରକେଟ୍ ଲଞ୍ଚର୍ ସମେତ ବିଭିନ୍ନ ଭିତ୍ତିଭୂମିକୁ ଟାର୍ଗେଟ୍ କରିଥିବା ଦାବି କରିଛି। ଇତି ମଧ୍ୟରେ ରାଫା କ୍ରସିଂ ଦେଇ ବିଦେଶୀ ନାଗରିକମାନେ ଗାଜା ଛାଡ଼ିଛନ୍ତି। ଗତକାଲି […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି। ଅକ୍ଟୋବର ୭ ତାରିଖରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏଯାବତ ଗାଜାରେ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଅନ୍ୟପେକ୍ଷ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ଗାଜା ଷ୍ଟ୍ରିପରେ ଲଢ଼େଇ ଜାରି ରଖିଥିବା ଇସ୍ରାଏଲ ସେନା ହମାସ ସୁଡ଼ଙ୍ଗ, ରକେଟ୍ ଲଞ୍ଚର୍ ସମେତ ବିଭିନ୍ନ ଭିତ୍ତିଭୂମିକୁ ଟାର୍ଗେଟ୍ କରିଥିବା ଦାବି କରିଛି। ଇତି ମଧ୍ୟରେ ରାଫା କ୍ରସିଂ ଦେଇ ବିଦେଶୀ ନାଗରିକମାନେ ଗାଜା ଛାଡ଼ିଛନ୍ତି। ଗତକାଲି ୪୦୦ ନାଗରିକ ଗାଜା ଛାଡ଼ିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଅନେକ ଦିନର କୂଟନୈତିକ କଥାବାର୍ତ୍ତା ପରେ ଶେଷରେ ପ୍ରଥମ ବ୍ୟାଚ୍ ଆମେରିକୀୟ ଗାଜା ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷେ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ଦ୍ବିତୀୟ ଥର ପାଇଁ ଇସ୍ରାଏଲ ଗସ୍ତ କରିଛନ୍ତି। ଯୁଦ୍ଧ ଆରମ୍ଭ ହେବାପରେ ବ୍ଲିଙ୍କେନ ଦ୍ବିତୀୟ ଥର ପାଇଁ ଇସ୍ରାଏଲ ଗସ୍ତ କରିଛନ୍ତି। ଗତକାଲି ରାତିରେ ମଧ୍ୟ ଇସ୍ରାଏଲ ସେନା ଦ୍ବାରା ଗାଜାରେ ବିମାନ ଆକ୍ରମଣ ଜାରି ରହିଛି। ୨ଟି ହସ୍ପିଟାଲ୍ ନିକଟରେ ମଧ୍ୟ ବିମାନ ଆକ୍ରମଣ ହୋଇଥିବା ଦାବି ହୋଇଛି। ଅନ୍ୟପକ୍ଷେ ଗାଜାରେ ୩୫ଟି ହସ୍ପିଟାଲରୁ ୧୬ଟି ହସ୍ପିଟାଲ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପ୍ରମୁଖ ହସ୍ପିଟାଲରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ବୋଲି ହମାସ ପକ୍ଷରୁ ଦାବି ହୋଇଛି। ଗାଜା ସହ ଯୁଦ୍ଧରେ ୩୩୩ ଇସ୍ରାଏଲୀ ସୈନିକ ନିପାତ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।

Tags: