ଗାଜାରେ ୧୩୬ ଜାତିସଂଘ କର୍ମଚାରୀ ପ୍ରାଣ ହାରିଛନ୍ତି : ଗୁଟେରସ
ନୂଆଦିଲ୍ଲୀ: ଇସ୍ରାଏଲ –ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଗତ ୭୫ ଦିନ ମଧ୍ୟରେ ୧୩୬ ଜାତିସଂଘ କର୍ମଚାରୀ ପ୍ରାଣ ହରାଇଛନ୍ତି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏହି ସୂଚନା ଦେଇଛନ୍ତି। ସେହିପରି ଜାତିସଂଘର ଅନ୍ୟ କର୍ମଚାରୀ ମଧ୍ୟ ଗାଜାରେ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଗୁଟେରସ କହିଛନ୍ତି, ବିଶ୍ବ ଅନୁଷ୍ଠାନର ଇତିହାସରେ ଏତେସଂଖ୍ୟାରେ ଜାତିସଂଘ କର୍ମଚାରୀଙ୍କ ମୃତ୍ୟୁ କେବେ କେହି ଦେଖିନାହାନ୍ତି। ଗୁଟେରସ କହିଛନ୍ତି, ୭୫ ଦିନ ମଧ୍ୟରେ ଆମେ ଗାଜାରେ ଆମର […]
ନୂଆଦିଲ୍ଲୀ: ଇସ୍ରାଏଲ –ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଗତ ୭୫ ଦିନ ମଧ୍ୟରେ ୧୩୬ ଜାତିସଂଘ କର୍ମଚାରୀ ପ୍ରାଣ ହରାଇଛନ୍ତି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏହି ସୂଚନା ଦେଇଛନ୍ତି। ସେହିପରି ଜାତିସଂଘର ଅନ୍ୟ କର୍ମଚାରୀ ମଧ୍ୟ ଗାଜାରେ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଗୁଟେରସ କହିଛନ୍ତି, ବିଶ୍ବ ଅନୁଷ୍ଠାନର ଇତିହାସରେ ଏତେସଂଖ୍ୟାରେ ଜାତିସଂଘ କର୍ମଚାରୀଙ୍କ ମୃତ୍ୟୁ କେବେ କେହି ଦେଖିନାହାନ୍ତି। ଗୁଟେରସ କହିଛନ୍ତି, ୭୫ ଦିନ ମଧ୍ୟରେ ଆମେ ଗାଜାରେ ଆମର ୧୩୬ ସହକର୍ମୀଙ୍କୁ ହରାଇଛୁ। ଜାତିସଂଘ ଇତିହାସରେ ଏଭଳି କେବେ ଦେଖିବାକୁ ମିଳିନାହିଁ। ଆମର ଅଧିକାଂଶ କର୍ମଚାରୀଙ୍କୁ ବଳପୂର୍ବକ ସେମାନଙ୍କ ଘରୁ ବାହାର କରି ଦିଆଯାଇଛି।




