ଗାଜାରେ ଶିଶୁ ଅପପୁଷ୍ଟି ବୃଦ୍ଧି : ମିଳିତ ଜାତିସଂଘ

ତେଲ ଅଭିଭ୍ : ଇସ୍ରାଏଲର ଘେରାବନ୍ଦୀ ଯୋଗୁଁ ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବା ସାଙ୍ଗକୁ ଶିଶୁ ଅପପୁଷ୍ଟି ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ମିଳିତ ଜାତିସଂଘର ରିଲିଫ୍‌ ଆଣ୍ଡ୍‌ ୱାର୍କସ୍‌ ଏଜେନ୍ସି ଫର୍ ପାଲେଷ୍ଟାଇନ୍‌ (ୟୁଏନ୍‌ଆର୍‌ଡବ୍ଲୁଏ) ପକ୍ଷରୁ ଗାଜାର ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଯୁଦ୍ଧବିରତି ଶେଷ ହେବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ଇସ୍ରାଏଲ ପକ୍ଷରୁ ଗାଜାରେ ଘେରାବନ୍ଦୀ ଜାରି ରହିଛି। ଏହାଦ୍ବାରା ୨ନିୟୁତ ପାଲେଷ୍ଟାଇନ୍‌ବାସୀ […]

ଗାଜାରେ  ଶିଶୁ ଅପପୁଷ୍ଟି ବୃଦ୍ଧି : ମିଳିତ ଜାତିସଂଘ
Samaya Live Picture
Published On

ତେଲ ଅଭିଭ୍ : ଇସ୍ରାଏଲର ଘେରାବନ୍ଦୀ ଯୋଗୁଁ ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବା ସାଙ୍ଗକୁ ଶିଶୁ ଅପପୁଷ୍ଟି ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ମିଳିତ ଜାତିସଂଘର ରିଲିଫ୍‌ ଆଣ୍ଡ୍‌ ୱାର୍କସ୍‌ ଏଜେନ୍ସି ଫର୍ ପାଲେଷ୍ଟାଇନ୍‌ (ୟୁଏନ୍‌ଆର୍‌ଡବ୍ଲୁଏ) ପକ୍ଷରୁ ଗାଜାର ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଯୁଦ୍ଧବିରତି ଶେଷ ହେବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସଠାରୁ ଇସ୍ରାଏଲ ପକ୍ଷରୁ ଗାଜାରେ ଘେରାବନ୍ଦୀ ଜାରି ରହିଛି। ଏହାଦ୍ବାରା ୨ନିୟୁତ ପାଲେଷ୍ଟାଇନ୍‌ବାସୀ ଏକ ପ୍ରକାର ଦୁର୍ଭିକ୍ଷର ଶିକାର ହେବାକୁ ଯାଉଛନ୍ତି। ୟୁଏନ୍‌ଆର୍‌ଡବ୍ଲୁଏର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଚଳିତ ବର୍ଷ ଜୁନ୍‌ରେ ୫ ବର୍ଷରୁ କମ୍‌ ୧୬ହଜାର ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରେ ୧୦.୨ ପ୍ରତିଶତ ଶିଶୁ ସାଂଘାତିକ ଅପପୁଷ୍ଟିର ଶିକାର ଥିବା ଜଣାଯାଇଛି। ମାର୍ଚ୍ଚରେ ପ୍ରାୟ ୧୫ହଜାର ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହୋଇଥିଲା। ଏହି ସମୟରେ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ୫.୫ ପ୍ରତିଶତ ଥିଲା। ଭିନ୍ନ ଭାବେ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା ମିଳିତ ଜାତିସଂଘର ଅନ୍ୟତମ ସଂଗଠନ ୟୁନିସେଫ୍‌ ପକ୍ଷରୁ ମଧ୍ୟ ୟୁଏନ୍‌ଆର୍‌ଡବ୍ଲୁଏର ତଥ୍ୟକୁ ସମର୍ଥନ କରାଯାଇଛି। ୟୁନିସେଫ୍‌ର ରିପୋର୍ଟ ଅନୁସ‌ାରେ, ଚଳିତ ସପ୍ତାହରେ ୫୮୭୦ ଶିଶୁଙ୍କଠାରେ ଅପପୁଷ୍ଟିର ଲକ୍ଷଣ ଚିହ୍ନଟ କରାଯାଇଥିଲା। ଫେବ୍ରୁଆରିରେ ଏହି ସଂଖ୍ୟା ୨ହଜାର ଥିଲା।

Tags: