ଗାଜାରେ ଲୋକ ଯୁଦ୍ଧକାଳୀନ ଭିତ୍ତିରେ ଘର ଛାଡ଼ୁଛନ୍ତି

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଖୁବ୍‌ଶୀଘ୍ର ଇସ୍ରାଏଲ ସେନା ଗାଜାରେ ପଶି ଭୟାବହ ଆକ୍ରମଣ କରିବାକୁ ଯୋଜନା କରିଛି। ଇସ୍ରାଏଲ ସେନା ଶୁକ୍ରବାର ଦିନ ଉତ୍ତର ଗାଜାରେ ରହୁଥିବା ଲୋକମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ଘର ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯିବାପାଇଁ ନିର୍ଦ୍ଦେଶ ଦେଇଛି। ଲୋକମାନଙ୍କୁ ନିଜ ସହ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ଉତ୍ତର ଗାଜା ଛାଡ଼ିବାପାଇଁ ଇସ୍ରାଏଲ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଖୁବ୍‌ଶୀଘ୍ର ଇସ୍ରାଏଲ ସେନା ଗାଜାରେ ପଶି ଭୟାବହ ଆକ୍ରମଣ କରିବାକୁ ଯୋଜନା କରିଛି। ଇସ୍ରାଏଲ ସେନା ଶୁକ୍ରବାର ଦିନ ଉତ୍ତର ଗାଜାରେ ରହୁଥିବା ଲୋକମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କ ଘର ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯିବାପାଇଁ ନିର୍ଦ୍ଦେଶ ଦେଇଛି। ଲୋକମାନଙ୍କୁ ନିଜ ସହ ନିଜ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ଉତ୍ତର ଗାଜା ଛାଡ଼ିବାପାଇଁ ଇସ୍ରାଏଲ ସେନା ନିର୍ଦ୍ଦେଶ ଜାରି କରିଛି। ଉତ୍ତର ଗାଜାରେ ପ୍ରାୟ ୧.୧ ନିୟୁତ ଲୋକ ରହନ୍ତି। ଇସ୍ରାଏଲ ସେନାର ନିର୍ଦ୍ଦେଶ ପରେ ଗାଜାରୁ ନାଗରିକମାନେ ସେମାନଙ୍କ ଘର ଛାଡ଼ିବା ପ୍ରକ୍ରିୟା ଆରମ୍ଭ କଲେଣି। ଲୋକମାନେ ଗାଡ଼ିରେ ଜିନିଷ ପତ୍ର ବୋଝେଇ କରି ଦକ୍ଷିଣ ଗାଜା ଅଭିମୁଖେ ବାହାରିଥିବା ନେଇ ବିଭିନ୍ନ ଭିଡିଓ ଜାରି ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲ ସେନାର ଏହି୍ ନିର୍ଦ୍ଦେଶ ପରେ ହମାସ୍ ଲୋକମାନଙ୍କୁ ଗାଜା ନଛାଡ଼ି ନିଜ ନିଜ ଘରେ ରହିବାପାଇଁ କହିଛି। ତେବେ ଜାତିସଂଘ ଇସ୍ରାଏଲ ସେନାର ଏଭଳି ନିର୍ଦ୍ଦେଶକୁ ଅସମ୍ଭବ ବୋଲି କହିଛି। ବିପର୍ଯ୍ୟସ୍ତ ପରିସ୍ଥିତିକୁ ଏଡ଼ାଇବାପାଇଁ ଜାତିସଂଘ ଇସ୍ରାଏଲ ସେନାକୁ ଏହାର ନିର୍ଦ୍ଦେଶ ପ୍ରତ୍ୟାହାର କରିନେବାପାଇଁ କହିଛି। ଏକ ଭୟଙ୍କର ମାନବୀୟ ପରିଣାମ ବିନା ଏଭଳି ଅଭିଯାନ ସମ୍ଭବ ନୁହେଁ ବୋଲି ଜାତିସଂଘ ବିବେଚନା କରୁଛି। ତେବେ ଉତ୍ତର ଗାଜାରେ ଜାତିସଂଘର ବିଭିନ୍ନ ସୁବିଧା କେନ୍ଦ୍ର ତଥା ସ୍କୁଲ୍ ଏବଂ କ୍ଲିନିକ୍ରେ ଥିବା ଲୋକମାନଙ୍କ ପାଇଁ ବି ଇସ୍ରାଏଲ ସେନାର ନିର୍ଦ୍ଦେଶ ଲାଗୁ ବୋଲି ଏହା ଘୋଷଣା କରିବାପରେ ଜାତିସଂଘ ଦକ୍ଷିଣ ଗାଜାରେ ଏହାର ଅପରେସନ୍ ଆରମ୍ଭ କରିଛି। ଅନ୍ୟପକ୍ଷେ ଇସ୍ରାଏଲ ଗାଜା ସୀମା ନିକଟରେ ଏହାର ଟ୍ୟାଙ୍କ୍ ମୁତୟନ ଆରମ୍ଭ କରିଛି। ଭୟଙ୍କର ଇସ୍ରାଏଲ –ହମାସ ଯୁଦ୍ଧକୁ ସପ୍ତାହେ ପୁରିଥିଲେ ବି କେଉଁଠି ବି ଶାନ୍ତି ଦେଖିବାକୁ ମିଳିନାହିଁ।

Tags: