ଗାଜାରେ ଯୁଦ୍ଧବିରତିର ଅର୍ଥ ହମାସ ନିକଟରେ ଆତ୍ମସର୍ମପଣ : ନେତାନ୍ୟାହୁ
ନୂଆଦିଲ୍ଲୀ, ୩୧/୧୦ : ଗାଜାରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନ ଜାରି ରଖିଛନ୍ତି। ଇସ୍ରାଏଲର ସ୍ଥଳ ଅଭିଯାନରେ ଗାଜାରେ ହମାସ ଆଡ଼ାସ୍ଥଳ ଭୁଶୁଡ଼ି ପଡ଼ିଛି। ଗାଜାରେ ପ୍ରମୁଖ ରାସ୍ତାମାନଙ୍କରେ ଇସ୍ରାଏଲୀ ଟ୍ୟାଙ୍କରୁ ଗୁଳିଗୋଳା ମାଡ଼ ହେଉଛି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ଜୀବନ ବିଶେଷ ପ୍ରଭାବିତ ହୋଇଥିବାରୁ ଗାଜାରେ ଯୁଦ୍ଧବିରତି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରୁ ଚାପ ବଢ଼ିଛି। କିନ୍ତୁ ନେତାନ୍ୟାହୁ କହିଛନ୍ତି, ଗାଜାରେ ଯୁଦ୍ଧବିରତି ହେବନାହିଁ। ଯୁଦ୍ଧବିରତିର ଅର୍ଥ ଆତଙ୍କବାଦୀଙ୍କ ନିକଟରେ […]
ନୂଆଦିଲ୍ଲୀ, ୩୧/୧୦ : ଗାଜାରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନ ଜାରି ରଖିଛନ୍ତି। ଇସ୍ରାଏଲର ସ୍ଥଳ ଅଭିଯାନରେ ଗାଜାରେ ହମାସ ଆଡ଼ାସ୍ଥଳ ଭୁଶୁଡ଼ି ପଡ଼ିଛି। ଗାଜାରେ ପ୍ରମୁଖ ରାସ୍ତାମାନଙ୍କରେ ଇସ୍ରାଏଲୀ ଟ୍ୟାଙ୍କରୁ ଗୁଳିଗୋଳା ମାଡ଼ ହେଉଛି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ଜୀବନ ବିଶେଷ ପ୍ରଭାବିତ ହୋଇଥିବାରୁ ଗାଜାରେ ଯୁଦ୍ଧବିରତି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରୁ ଚାପ ବଢ଼ିଛି। କିନ୍ତୁ ନେତାନ୍ୟାହୁ କହିଛନ୍ତି, ଗାଜାରେ ଯୁଦ୍ଧବିରତି ହେବନାହିଁ। ଯୁଦ୍ଧବିରତିର ଅର୍ଥ ଆତଙ୍କବାଦୀଙ୍କ ନିକଟରେ ଆତ୍ମସମର୍ପଣ କରିବା ସଦୃଶ ହେବ। ତେଣୁ ଗାଜାରେ ଅସ୍ତ୍ରବିରତି ହେବନାହିଁ। ଯୁଦ୍ଧ ଜିତିବା ପର୍ଯ୍ୟନ୍ତ ଇସ୍ରାଏଲ ଲଢ଼େଇ ଜାରି ରଖିବ ବୋଲି ନେତାନ୍ୟାହୁ ପ୍ରତିଜ୍ଞା କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ଗାଜାରେ ପଣବନ୍ଦୀ ରହିଥିବା ନାଗରିକଙ୍କୁ ନିଃସର୍ତ୍ତ ଭାବେ ତୁରନ୍ତ ମୁକ୍ତ କରିବାପାଇଁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦାବି କରିବା ଉଚିତ। ଇସ୍ରାଏଲ ଏହାର ସାମରିକ ଅପରେସନକୁ ଜୋରଦାର କରିଥିବାରୁ ଗାଜାରେ ୨.୪ ନିୟୁତ ବାସିନ୍ଦାଙ୍କ ପାଇଁ ଭୟ ବଢ଼ିଛି। ଗାଜାଏରେ ୮,୩୦୦ ଲୋକଙ୍କର ମୃତ୍ୟୁ ହେଲାଣି।




