ଗାଜାରେ ମୃତ୍ୟୁସଂଖ୍ୟା ୩୨୦୦ ଟପିଲା , ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘରେ ଦାବି କଲେ ଆରବ ରାଷ୍ଟ୍ର
ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତକାଲି ଗାଜାରେ ଏକ ହସ୍ପିଟାଲ୍ ଉପରେ ଭୟଙ୍କର ବୋମାମାଡ଼ ହେବା ଘଟଣାରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରିସ୍ଥିତିକୁ ଆହୁରି ଅଧିକ ଜଟିଳ କରିବାରେ ଲାଗିଛି। ପରସ୍ପର ପରସ୍ପର ବିରୋଧରେ ଦୋଷ ଲଦିବାରେ ଲାଗି ପଡ଼ିଛନ୍ତି। ଆଜି ମଧ୍ୟ ଦକ୍ଷିଣ ଗାଜା ସହର ରାଫାରେ ଏକ ହସ୍ପିଟାଲରୁ ଲୋକଙ୍କ ଖାଲି କରିବାପାଇଁ କୁହାଯାଇଛି ବୋଲି ହମାସ୍ ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ […]
ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତକାଲି ଗାଜାରେ ଏକ ହସ୍ପିଟାଲ୍ ଉପରେ ଭୟଙ୍କର ବୋମାମାଡ଼ ହେବା ଘଟଣାରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରିସ୍ଥିତିକୁ ଆହୁରି ଅଧିକ ଜଟିଳ କରିବାରେ ଲାଗିଛି। ପରସ୍ପର ପରସ୍ପର ବିରୋଧରେ ଦୋଷ ଲଦିବାରେ ଲାଗି ପଡ଼ିଛନ୍ତି। ଆଜି ମଧ୍ୟ ଦକ୍ଷିଣ ଗାଜା ସହର ରାଫାରେ ଏକ ହସ୍ପିଟାଲରୁ ଲୋକଙ୍କ ଖାଲି କରିବାପାଇଁ କୁହାଯାଇଛି ବୋଲି ହମାସ୍ ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗାଜାରେ ମୃତ୍ୟୁସଂଖ୍ୟା ୩୨୦୦ ଟପିଯାଇଛି। ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ କଡ଼ା ନିନ୍ଦା କରି ଆରପ ରାଷ୍ଟ୍ରମାନେ ଆଜି ଜାତିସଂଘରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଦାବି କରିଛନ୍ତି। ୨୨ ଟି ଆରବ ରାଷ୍ଟ୍ର ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘରେ ଦାବି କରିଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ ସେନା ଏବଂ ଲେବାନନ୍ ଆତଙ୍କବାଦୀ ଗୋଷ୍ଠୀ ହେଜବୋଲ୍ଲା ମଧ୍ୟରେ ବି ଗୁଳି ବିନିମୟ ଆରମ୍ଭ ହୋଇଯାଇଛି।




