ଗାଜାରେ ଗଣ ସମାଧିରୁ ଉଦ୍ଧାର କରାଗଲା ୧୫ ‌ସ୍ବେଚ୍ଛାସେବୀଙ୍କ ମୃତଦେହ

ନୂଆଦିଲ୍ଲୀ: ଜାତିସଂଘ ଓ ଅନ୍ୟ ସ୍ବେଚ୍ଛା‌ସେବୀ ସଂଗଠନର ୧୫ ସ୍ବେଚ୍ଛା‌ସେବୀ ସଦସ୍ୟଙ୍କ ମୃତଦେହ ଦକ୍ଷିଣ ଗାଜା ଷ୍ଟ୍ରିପ୍‌ର ଏକ ସମାଧିରୁ ଉଦ୍ଧାର କରାଯାଇଛି। ଜାତିସଂଘ ସହଯୋଗ ମୁଖ୍ୟ ଟମ୍‌ ଫ୍ଲେଚର ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ସେମାନଙ୍କୁ ଇସ୍ରାଏଲ ସେନା ଦ୍ବାରା ହତ୍ୟା କରାଯାଇଛି। ଆମେ ଏହି ଘଟଣାରେ ଉତ୍ତର ଏବଂ ନ୍ୟାୟ ଦାବି କରୁଛୁ ବୋଲି ସେ କହିଛନ୍ତି। ତେବେ ଇସ୍ରା‌ଏଲ ‌ସେନା ଏନେଇ କିଛି ସ୍ପଷ୍ଟ ଟିପ୍ପଣୀ ରଖିନାହିଁ। ୟୁଏନ୍‌ଆରଡବ୍ଲ୍ୟୁଏ (ୟୁଏନ୍‌ ଏଜେନ୍ସି […]

ଗାଜାରେ ଗଣ ସମାଧିରୁ ଉଦ୍ଧାର କରାଗଲା ୧୫ ‌ସ୍ବେଚ୍ଛାସେବୀଙ୍କ ମୃତଦେହ
Samaya Live Picture
Published On

ନୂଆଦିଲ୍ଲୀ: ଜାତିସଂଘ ଓ ଅନ୍ୟ ସ୍ବେଚ୍ଛା‌ସେବୀ ସଂଗଠନର ୧୫ ସ୍ବେଚ୍ଛା‌ସେବୀ ସଦସ୍ୟଙ୍କ ମୃତଦେହ ଦକ୍ଷିଣ ଗାଜା ଷ୍ଟ୍ରିପ୍‌ର ଏକ ସମାଧିରୁ ଉଦ୍ଧାର କରାଯାଇଛି। ଜାତିସଂଘ ସହଯୋଗ ମୁଖ୍ୟ ଟମ୍‌ ଫ୍ଲେଚର ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ସେମାନଙ୍କୁ ଇସ୍ରାଏଲ ସେନା ଦ୍ବାରା ହତ୍ୟା କରାଯାଇଛି। ଆମେ ଏହି ଘଟଣାରେ ଉତ୍ତର ଏବଂ ନ୍ୟାୟ ଦାବି କରୁଛୁ ବୋଲି ସେ କହିଛନ୍ତି। ତେବେ ଇସ୍ରା‌ଏଲ ‌ସେନା ଏନେଇ କିଛି ସ୍ପଷ୍ଟ ଟିପ୍ପଣୀ ରଖିନାହିଁ। ୟୁଏନ୍‌ଆରଡବ୍ଲ୍ୟୁଏ (ୟୁଏନ୍‌ ଏଜେନ୍ସି ଫର ପାଲେଷ୍ଟିନିଆନ୍‌ ରିଫ୍ୟୁଜିସ୍‌) ମୁଖ୍ୟ ଫିଲିପ ଲାଜ୍ଜା‌ରିନି କହିଛନ୍ତି, ଅଧିକ ଖେଳା ଯାଇନଥିବା ଗଣ ସମାଧୀରେ ମର ଶରୀରକୁ ଯେଉଁଭଳି ପକାଯାଇଛଇ ତାହା ମାନବ ସମ୍ମାନର ଉଲ୍ଲଂଘନ କରୁଛି। ଲାଜ୍ଜାରିନି କହିଛନ୍ତି, ଇସ୍ରାଏଲ ଗାଜାରେ ଆକ୍ରମଣ କରିବା ପରଠାରୁ ଏଯାବତ ୪୦୮ ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ହେଲାଣି।

Tags: