ଗାଜାରେ ଏକମାତ୍ର ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ବନ୍ଦ
ନୂଆଦିଲ୍ଲୀ : ଗାଜାରେ ଏକମାତ୍ର ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ବୁଧବାର ବନ୍ଦ ହୋଇଯିବା ଫଳରେ ଗାଜାରେ ଏବେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ଗାଜାକୁ ଇସ୍ରାଏଲ୍ ଖାଦ୍ୟ ଏବଂ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଦେବାପରେ ଗାଜାରେ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ଠପ୍ ହୋଇଯାଇଛି। ଫଳରେ ଗାଜା ଏବେ ଅନ୍ଧାରରେ। ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଗାଜାକୁ ବିଦ୍ୟୁତ , ଖାଦ୍ୟ ଏବଂ ଜାଳେଣି ସବୁକିଛି […]
ନୂଆଦିଲ୍ଲୀ : ଗାଜାରେ ଏକମାତ୍ର ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ବୁଧବାର ବନ୍ଦ ହୋଇଯିବା ଫଳରେ ଗାଜାରେ ଏବେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି। ଗାଜାକୁ ଇସ୍ରାଏଲ୍ ଖାଦ୍ୟ ଏବଂ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିଦେବାପରେ ଗାଜାରେ ବିଦ୍ୟୁତ୍ ଯୋଗାଣ କେନ୍ଦ୍ର ଠପ୍ ହୋଇଯାଇଛି। ଫଳରେ ଗାଜା ଏବେ ଅନ୍ଧାରରେ। ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ କହିଛନ୍ତି, ଗାଜାକୁ ବିଦ୍ୟୁତ , ଖାଦ୍ୟ ଏବଂ ଜାଳେଣି ସବୁକିଛି ବନ୍ଦ କରାଯିବ। ଗାଜାରେ ଏବେ ଅତି ଭୟଙ୍କର ମାନବୀୟ ସଙ୍କଟ ଉପୁଜିଛି। ହମାସ ବିରୋଧରେ ଇସ୍ରାଏଲ ଆକ୍ରମଣ ଜୋରଦାର କରିଥିବାରୁ ଗାଜାରୁ ଅନେକ ସାଧାରଣ ନାଗରିକ ଆଶ୍ରୟସ୍ଥଳରେ ରହୁଛନ୍ତି। ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।




