ଗାଜାରେ ଇସ୍ରାଏଲ ଆକ୍ରମଣ, ୨୪ ଘଣ୍ଟାରେ ଶତାଧିକ ମୃତ
ତେଲ୍ ଅଭିଭ୍: ଗାଜା ସହରରେ ଇସ୍ରାଏଲ ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରଖିଛି। ଗତକାଲିଠାରୁ ଆକ୍ରମଣର ଆହୁରି ତୀବ୍ର ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ପାଲେଷ୍ଟିନୀୟଙକର ମୃତ୍ୟୁ ଘଟିଛି। ଏହା ଚଳିତ ଯୁଦ୍ଧରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି। ଏହି ଆକ୍ରମଣରୁ ଆବାସିକ ଅଞ୍ଚଳ, ବିସ୍ଥାପିତଙ୍କ ଶିବିର ଓ ସାଧାରଣ ନାଗରିକଙ୍କ ଗାଡ଼ି ମଧ୍ୟ ବର୍ତ୍ତି ନାହିଁ। ଏଭଳି ଆକ୍ରମଣ ଗାଜାରେ ମାନବୀୟ ସଙ୍କଟକୁ ଆହୁରି ଗମ୍ଭୀର କରିଛି। ସପ୍ତାହେ […]
ତେଲ୍ ଅଭିଭ୍: ଗାଜା ସହରରେ ଇସ୍ରାଏଲ ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରଖିଛି। ଗତକାଲିଠାରୁ ଆକ୍ରମଣର ଆହୁରି ତୀବ୍ର ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଶତାଧିକ ପାଲେଷ୍ଟିନୀୟଙକର ମୃତ୍ୟୁ ଘଟିଛି। ଏହା ଚଳିତ ଯୁଦ୍ଧରେ ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି। ଏହି ଆକ୍ରମଣରୁ ଆବାସିକ ଅଞ୍ଚଳ, ବିସ୍ଥାପିତଙ୍କ ଶିବିର ଓ ସାଧାରଣ ନାଗରିକଙ୍କ ଗାଡ଼ି ମଧ୍ୟ ବର୍ତ୍ତି ନାହିଁ। ଏଭଳି ଆକ୍ରମଣ ଗାଜାରେ ମାନବୀୟ ସଙ୍କଟକୁ ଆହୁରି ଗମ୍ଭୀର କରିଛି। ସପ୍ତାହେ ହେଲା ଇସ୍ରାଏଲର ସ୍ଥଳ ଅଭିଯାନ ତୀବ୍ର ହେବା ପରେ ୪.୫ ଲକ୍ଷରୁ ଅଧିକ ଲୋକ ଗାଜାରୁ ବିସ୍ଥାପିତ ହୋଇଛନ୍ତି। ଆଲ୍-ଶିଫା ହସ୍ପିଟାଲର ନିର୍ଦ୍ଦେଶକ ମହମ୍ମଦ ଆବୁ ସାଲମିୟାଙ୍କ ଭାଇ, ଭାଉଜ ଓ ସେମାନଙ୍କ ସନ୍ତାନମାନେ ଏହି ଆକ୍ରମଣରେ ନିହତ ହୋଇଛନ୍ତି। ଏକ ଟ୍ରକ୍ରେ ପଳାୟନ କରୁଥିବା ଲୋକଙ୍କ ଉପରେ ବୋମାମାଡ଼ ଯୋଗୁଁ ୨୦ରୁ ଅଧିକ ନିହତ ହୋଇଛନ୍ତି।




