ଗାଜାରେ ଇସ୍ରାଏଲ୍‌ର ବୋମାମାଡ଼, ୭୭ ମୃତ, ୧୨ ଆହତ

ଗାଜା: ଅସ୍ତ୍ର ବିରତି ମିଆଦ ଶେଷ ହେବା ପରେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ମାରାତ୍ମକ ବୋମା ବର୍ଷଣ ଜାରି ରହିଛି। ଇସ୍ରାଏଲ୍‌ର ସଦ୍ୟ ଆକ୍ରମଣରେ ୭୭ଜଣଙ୍କ ମୃତ୍ୟୁ ଘଟିଛି ବୋଲି ପାଲେଷ୍ଟାଇନ୍‌ ପକ୍ଷରୁ ଦାବି କରାଯାଇଛି। ଗାଜାର ଉତ୍ତରଭାଗରେ ଥିବା ମିଳିତ ଜାତିସଂଘର ପାଲେଷ୍ଟାଇନ୍‌ ଶରଣାର୍ଥୀଙ୍କ ରିଲିଫ୍‌ କ୍ୟାମ୍ପ୍‌ (ୟୁଏନ୍‌ଆର୍‌ଡବ୍ଲଏ)ର ଜାବାଲିଆ ଠାରେ ଥିବା ଏକ କ୍ଲିନିକ୍‌‌ ଉପରେ ବୋମା ମାଡ଼ରେ ୨୨ଜଣ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଗାଜାର ଅଲ୍‌ […]

ଗାଜାରେ ଇସ୍ରାଏଲ୍‌ର ବୋମାମାଡ଼, ୭୭ ମୃତ, ୧୨ ଆହତ
Samaya Live Picture
Published On

ଗାଜା: ଅସ୍ତ୍ର ବିରତି ମିଆଦ ଶେଷ ହେବା ପରେ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ମାରାତ୍ମକ ବୋମା ବର୍ଷଣ ଜାରି ରହିଛି। ଇସ୍ରାଏଲ୍‌ର ସଦ୍ୟ ଆକ୍ରମଣରେ ୭୭ଜଣଙ୍କ ମୃତ୍ୟୁ ଘଟିଛି ବୋଲି ପାଲେଷ୍ଟାଇନ୍‌ ପକ୍ଷରୁ ଦାବି କରାଯାଇଛି। ଗାଜାର ଉତ୍ତରଭାଗରେ ଥିବା ମିଳିତ ଜାତିସଂଘର ପାଲେଷ୍ଟାଇନ୍‌ ଶରଣାର୍ଥୀଙ୍କ ରିଲିଫ୍‌ କ୍ୟାମ୍ପ୍‌ (ୟୁଏନ୍‌ଆର୍‌ଡବ୍ଲଏ)ର ଜାବାଲିଆ ଠାରେ ଥିବା ଏକ କ୍ଲିନିକ୍‌‌ ଉପରେ ବୋମା ମାଡ଼ରେ ୨୨ଜଣ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଗାଜାର ଅଲ୍‌ ବୁରେଜି ଶରଣାର୍ଥୀ ଶିବିର, ଉତ୍ତର ଖାନ୍‌ ୟୁନିସ୍‌, ଗାଜା ପୂର୍ବରୁ ମା’ନ୍‌ ଇଲାକା, ଅଲ୍‌ ଜେନୈନାର ନିକଟବର୍ତ୍ତୀ ଅଞ୍ଚଳ, ଖିରବତ୍‌ ଅଳ୍‌ ଆଦାସ୍‌, ଅଲ୍‌ ମଶୁର, ଉତ୍ତର ରାଫା, ଅଲ୍‌ ମାୱାସି, କେନ୍ଦ୍ର ଗାଜାର ଅଲ୍‌ ନୁସୈରାତ୍‌ ଶିବିର, ଅଲ୍‌ ଶତି ଶିବିର ଉପରେ ଆକ୍ରମଣରେ ୫୦ରୁ ଉର୍ଦ୍ଧ୍ବ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ପାଲେଷ୍ଟାଇନ୍‌ର ଏହି ଦାବି ପ୍ରସଙ୍ଗରେ ଇସ୍ରାଏଲ୍‌ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

Tags: