ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୨୦୦ରୁ ଅଧିକ ମୃତ
ଗାଜା: ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି। ଗତ ୩ ଦିନ ମଧ୍ୟରେ ଇସ୍ରାଏଲ ସେନା ଗାତାରେ କରିଥିବା ଆକ୍ରମଣରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ୯୪ଟି ଏୟାର ଷ୍ଟ୍ରାଇକ୍ କରିଛି। ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ଗାଜା ମିଡିଆ ଅଫିସ ଏହି ସୂଚନା ଦେଇଛି। ସାଧାରଣ ନାଗରିକ, ଆବାସିକ ଅଞ୍ଚଳ, ବିଶେଷକରି ଗାଜା ସିଟିକୁ ଟାର୍ଗେଟ କରି ଇସ୍ରାଏଲ ଧ୍ବଂସଲୀଳା ଜାରି ରଖିଛି […]
ଗାଜା: ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ଭୀଷଣ ଆକ୍ରମଣ ଜାରି ରଖିଛି। ଗତ ୩ ଦିନ ମଧ୍ୟରେ ଇସ୍ରାଏଲ ସେନା ଗାତାରେ କରିଥିବା ଆକ୍ରମଣରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ୯୪ଟି ଏୟାର ଷ୍ଟ୍ରାଇକ୍ କରିଛି। ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ପରିଚାଳିତ ଗାଜା ମିଡିଆ ଅଫିସ ଏହି ସୂଚନା ଦେଇଛି। ସାଧାରଣ ନାଗରିକ, ଆବାସିକ ଅଞ୍ଚଳ, ବିଶେଷକରି ଗାଜା ସିଟିକୁ ଟାର୍ଗେଟ କରି ଇସ୍ରାଏଲ ଧ୍ବଂସଲୀଳା ଜାରି ରଖିଛି ବୋଲି ଗାଜା ମିଡିଆ ଅଫିସ୍ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। କେତେକ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି। ଗାଜାରେ ଥିବା ପାଲେଷ୍ଟାଇନ୍ ନାଗରିକ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଭୟାନକ ହୋଇଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହା ବହୁତ ବଡ଼ ବିପର୍ଯ୍ୟୟ ଆଣିଛି। ଇସ୍ରାଏଲକୁ ଆମେରିକା ଅସ୍ତ୍ରଶସ୍ତ୍ର ଓ ରାଜନୈତିକ ସମର୍ଥନ ଦେଇଥିବାରୁ ସେମାନେ ଆମେରିକାକୁ ମଧ୍ୟ ସମାଲୋଚନା କରିଛନ୍ତି। ଆନ୍ତର୍ଜାତିକ ସମୁଦାୟ ଏବଂ ଜାତିସଂଘ ନିରାପତ୍ତା ପରିଷଦ ଏଭଳି ଅପରାଧଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବାକୁ ପାଲେଷ୍ଟାଇନ ନାଗରିକ ସମାଜ ଆହ୍ୱାନ ଦେଇଛି। ଜାତିସଂଘ ସ୍ୱାଧୀନ ଅନୁସନ୍ଧାନକାରୀ ଦଳ ପଠାଇ ନିଜର ଆଇନଗତ ଏବଂ ନୈତିକ ଦାୟିତ୍ୱ ବଜାୟ ରଖିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ କହିଛନ୍ତି ଯେ ହମାସ୍ ଆତଙ୍କବାଦୀମାନେ ଲଗାତାର ଅସ୍ତ୍ରଶସ୍ତ୍ର ହାସଲ କରି ଇସ୍ରାଏଲ ପ୍ରତି ବିପଦ ବଢ଼ାଉଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ ନୂଆବର୍ଷରେ ଆରମ୍ଭ ହୋଇଥିବା ଅଭିଯାନ ଆହୁରି ବ୍ୟାପକ ହେବ। ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ଆଧାରରେ ହିଁ ଆକ୍ରମଣ ହେଉଛି ବୋଲି ସେ କହିଛନ୍ତି।




