ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବ, ଜାତିସଂଘ ସାଧାରଣ ଅଧିବେଶନ ଭୋଟିଂରୁ ବିରତ ରହିଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ତୁରନ୍ତ ବନ୍ଦ କରିବାପାଇଁ ଜାତିସଂଘ ସାଧାରଣ ଅଧିବେଶନରେ ଜୋର୍ଡାନ ଦ୍ବାରା ଦାଖଲ ହୋଇଥିବା ଏକ ଚିଠା ପ୍ରସ୍ତାବ ଉପରେ ଭୋଟିଂ ପ୍ରକ୍ରିୟାରୁ ଭାରତ ବିରତ ରହିଛି। ଭୋଟିଂରୁ ଭାରତ ସମେତ ଅଷ୍ଟ୍ରେଲିଆ , କାନାଡ଼ା, ଜର୍ମାନୀ, ଜାପାନ , ୟୁକ୍ରେନ ଏବଂ ବ୍ରିଟେନ ମଧ୍ୟ ବିରତ ରହିଛନ୍ତି। ‘ପ୍ରୋଟେକ୍ସନ୍ ଅଫ୍ ସିଭିଲିଆନ୍ସ ଆଣ୍ଡ ଅପ୍ହୋଲ୍ଡିଂ ଲିଗାଲ ଆଣ୍ଡ ହ୍ୟୁମାନିଟାରିଆନ ଓବ୍ଲିଗେସନ୍ସ’ ଅର୍ଥାତ୍ ନାଗରିକଙ୍କ ସୁରକ୍ଷା ଏବଂ ଆଇନଗତ ତଥା ମାନବିକ ଦାୟିତ୍ବ କାଏମ […]

Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ତୁରନ୍ତ ବନ୍ଦ କରିବାପାଇଁ ଜାତିସଂଘ ସାଧାରଣ ଅଧିବେଶନରେ ଜୋର୍ଡାନ ଦ୍ବାରା ଦାଖଲ ହୋଇଥିବା ଏକ ଚିଠା ପ୍ରସ୍ତାବ ଉପରେ ଭୋଟିଂ ପ୍ରକ୍ରିୟାରୁ ଭାରତ ବିରତ ରହିଛି। ଭୋଟିଂରୁ ଭାରତ ସମେତ ଅଷ୍ଟ୍ରେଲିଆ , କାନାଡ଼ା, ଜର୍ମାନୀ, ଜାପାନ , ୟୁକ୍ରେନ ଏବଂ ବ୍ରିଟେନ ମଧ୍ୟ ବିରତ ରହିଛନ୍ତି। ‘ପ୍ରୋଟେକ୍ସନ୍ ଅଫ୍ ସିଭିଲିଆନ୍ସ ଆଣ୍ଡ ଅପ୍ହୋଲ୍ଡିଂ ଲିଗାଲ ଆଣ୍ଡ ହ୍ୟୁମାନିଟାରିଆନ ଓବ୍ଲିଗେସନ୍ସ’ ଅର୍ଥାତ୍ ନାଗରିକଙ୍କ ସୁରକ୍ଷା ଏବଂ ଆଇନଗତ ତଥା ମାନବିକ ଦାୟିତ୍ବ କାଏମ ରଖିବା ଶୀର୍ଷକ ନାମକ ଏହି ପ୍ରସ୍ତାବ ସମର୍ଥରେ ୧୨୦ ରାଷ୍ଟ୍ର ଭୋଟ୍ ଦେଇଥିବାବେଳେ ୧୪ ରାଷ୍ଟ୍ର ବିରୋଧରେ ଭୋଟ୍ ଦେଇଛନ୍ତି। ୪୫ଟି ରାଷ୍ଟ୍ର ଭୋଟିଂ ପ୍ରକ୍ରିୟାରୁ ବିରତ ରହିଛନ୍ତି। ଗାଜାରେ ମାନବୀୟ ସହାୟତା ପହଞ୍ଚାଇବାରେ ବାଧା ନଉପୁଜିବାପାଇଁ ବି ଏହି ପ୍ରସ୍ତାବରେ କୁହାଯାଇଛି। ସାଧାରଣ ଅଧିବେଶନରେ ଏହି ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ପୂର୍ବରୁ କିଛି ରାଷ୍ଟ୍ର ଏହି ପ୍ରସ୍ତାବରେ କିଛି ସଂଶୋଧନ ଚାହିଥିଲେ। ସେମାନେ ପ୍ରସ୍ତାବରେ ଏକ ପାରାଗ୍ରାଫ୍ ଯୋଡ଼ିବାକୁ ଚାହିଥିଲେ ଏବଂ ଏହି ପାରାରେ ହମାସକୁ ଆତଙ୍କବାଦୀ ଗୋଷ୍ଠୀ ଦର୍ଶାଇବା ସହ ଇସ୍ରାଏଲରେ ହମାସ ଆକ୍ରମଣକୁ ନିନ୍ଦା କରିବାକୁ ଦାବି କରାଯାଇଥିଲା।

Tags: