ଗାଜାରୁ ୬ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କ ମୃତଦେହ ଉଦ୍ଧାର କଲା ଇସ୍ରାଏଲ୍ ସେନା
ତେଲ୍ ଅଭିଭ୍: ଦକ୍ଷିଣ ଗାଜାର ଏକ ସୁଡ଼ଙ୍ଗରୁ ୬ ଜଣ ଇସ୍ରାଏଲ ପଣବନ୍ଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଇସ୍ରାଏଲ ସେନାର ଏକ ସ୍ବତନ୍ତ୍ର କମାଣ୍ଡୋ ବାହିନୀ ସେମାନଙ୍କୁ ଠାବ କରିବାର କିଛି ସମୟ ପୂର୍ବରୁ ହମାସ ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଥିଲେ ବୋଲି ଏଥିରେ ଦାବି କରାଯାଇଛି। ଇସ୍ରାଏଲ ସେନା କହିଛି ଯେ ହମାସ ଦ୍ୱାରା ଅପହୃତ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ବନ୍ଧକଙ୍କ ମୃତଦେହ ଦକ୍ଷିଣ ଗାଜାର ରାଫା ଅଞ୍ଚଳର ଏକ ସୁଡ଼ଙ୍ଗରୁ ଉଦ୍ଧାର କରାଯାଇଛି […]
ତେଲ୍ ଅଭିଭ୍: ଦକ୍ଷିଣ ଗାଜାର ଏକ ସୁଡ଼ଙ୍ଗରୁ ୬ ଜଣ ଇସ୍ରାଏଲ ପଣବନ୍ଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଇସ୍ରାଏଲ ସେନାର ଏକ ସ୍ବତନ୍ତ୍ର କମାଣ୍ଡୋ ବାହିନୀ ସେମାନଙ୍କୁ ଠାବ କରିବାର କିଛି ସମୟ ପୂର୍ବରୁ ହମାସ ଆତଙ୍କବାଦୀମାନେ ସେମାନଙ୍କୁ ହତ୍ୟା କରିଥିଲେ ବୋଲି ଏଥିରେ ଦାବି କରାଯାଇଛି। ଇସ୍ରାଏଲ ସେନା କହିଛି ଯେ ହମାସ ଦ୍ୱାରା ଅପହୃତ ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ବନ୍ଧକଙ୍କ ମୃତଦେହ ଦକ୍ଷିଣ ଗାଜାର ରାଫା ଅଞ୍ଚଳର ଏକ ସୁଡ଼ଙ୍ଗରୁ ଉଦ୍ଧାର କରାଯାଇଛି ଏବଂ ସଂପୃକ୍ତ ସ୍ଥାନରେ ବ୍ୟାପକ ତଲାସୀ ଜାରି ରହିଛି। ହତ୍ୟାର ଶିକାର ହୋଇଥିବା କାର୍ମେଲ୍ ଗାଟ୍, ଏଡେନ୍ ୟେରୁଶାଲ୍ମି, ହର୍ଶ ଗୋଲ୍ଡବର୍ଗ-ପୋଲିନ୍, ଆଲେକଜାଣ୍ଡର ଲୋବାନୋଭ, ଆଲମଗ୍ ସରୁସି ଏବଂ ଓରି ଡାନିନୋଙ୍କ ମୃତଦେହକୁ ଇସ୍ରାଏଲ ଅଣାଯାଇଛି ବୋଲି ଆଇଡିଏଫ୍ ଏକ ବିବୃତିରେ କହିଛି। ଅନ୍ୟପକ୍ଷରେ ଏହି ଘଟଣାପରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଆହୁରି ବ୍ୟାପକ ହେବା ସମ୍ଭବାନା ରହିଥିବା ବେଳେ ଆମେରିକା ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ହମାସର ବର୍ବରତା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହି ପରିସ୍ଥିତି ଭିତରେ ବି ଯୁଦ୍ଧବିରତି ଆଲୋଚନା ସହ ଆଗକୁ ବଢ଼ିବାକୁ ହେବ।




