ଗାଜାରୁ ଏବେ ଭାରତୀୟଙ୍କୁ ଖାଲି କରିବା କଷ୍ଟଦାୟକ : ଏମ୍‌ଇଏ

ନୂଆଦିଲ୍ଲୀ: ଅପରେସନ ଅଜୟ ଅଧୀନରେ ଭାରତ ସରକାର ଯୁଦ୍ଧ ପ୍ରବଣ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ସେମାନଙ୍କ ମଧ୍ୟରେ ୧୮ ଜଣ ନେପାଳ ନାଗରିକ ମଧ୍ୟ ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଆଜି ଏହି ସୂଚନା ଦେଇଛନ୍ତି। ତେବେ ଗାଜାରେ ଏବେ ୪ ଜଣ ଭାରତୀୟ ଅଛନ୍ତି। କିନ୍ତୁ ସେମାନଙ୍କୁ ଫେରାଇ ଆଣିବାପାଇଁ ପରିସ୍ଥିତି ଏବେ ଅନୁକୂଳ ନାହିଁ। ଗାଜାରୁ ନାଗରିକଙ୍କୁ ଖାଲି କରିବା ଖୁବ୍ କଷ୍ଟଦାୟକ। କିନ୍ତୁ ଯେବେ ବି […]

Samaya Live Picture
Published On

ନୂଆଦିଲ୍ଲୀ: ଅପରେସନ ଅଜୟ ଅଧୀନରେ ଭାରତ ସରକାର ଯୁଦ୍ଧ ପ୍ରବଣ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ସେମାନଙ୍କ ମଧ୍ୟରେ ୧୮ ଜଣ ନେପାଳ ନାଗରିକ ମଧ୍ୟ ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଆଜି ଏହି ସୂଚନା ଦେଇଛନ୍ତି। ତେବେ ଗାଜାରେ ଏବେ ୪ ଜଣ ଭାରତୀୟ ଅଛନ୍ତି। କିନ୍ତୁ ସେମାନଙ୍କୁ ଫେରାଇ ଆଣିବାପାଇଁ ପରିସ୍ଥିତି ଏବେ ଅନୁକୂଳ ନାହିଁ। ଗାଜାରୁ ନାଗରିକଙ୍କୁ ଖାଲି କରିବା ଖୁବ୍ କଷ୍ଟଦାୟକ। କିନ୍ତୁ ଯେବେ ବି ସୁଯୋଗ ମିଳିବ ତୁରନ୍ତ ସେମାନଙ୍କୁ ସେଠାରୁ ଅଣାଯିବ ବୋଲି ଏମ୍ଇଏ ମୁଖପାତ୍ର ବାଗଚି କହିଛନ୍ତି। ଗାଜାରେ କୌଣସି ଭାରତୀୟଙ୍କ ମୃତାହତ ନେଇ କିଛି ଖବର ନାହିଁ ବୋଲି ସେ କହିଛନ୍ତି। ଗାଜାରେ ହସ୍ପିଟାଲ୍ ଉପରେ ବିସ୍ଫୋରଣ ଯୋଗୁଁ ୫୦୦ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ଭାରତ ଚିନ୍ତା ପ୍ରକଟ କରୁଛି ବୋଲି ବାଗଚି କହିଛନ୍ତି।

Tags: