ଗାଜାରୁ ଅର୍ଦ୍ଧାଧିକ ଜନସଂଖ୍ୟା ଘର ଛାଡ଼ିଦେଲେଣି

ନୂଆଦିଲ୍ଲୀ : ଗାଜାରୁ ଅର୍ଦ୍ଧାଧିକ ଜନସଂଖ୍ୟା ତଥା ୧୦ ଲକ୍ଷରୁ ଅଧିକ ପାଲେଷ୍ଟିନୀୟ ଉତ୍ତର ଗାଜା ଏବଂ ଗାଜା ସହରରେ ସେମାନଙ୍କ ଘର ଛାଡ଼ି ଦେଲେଣି। ଅଞ୍ଚଳ ଛାଡ଼ିବାପାଇଁ ଇସ୍ରାଏଲର ନିର୍ଦ୍ଦେଶ ପରେ ସେମାନେ ପ୍ରାଣ ବିକଳରେ ନିଜ ଜିନିଷ ପତ୍ର ସହ ଘର ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯାଇଛନ୍ତି। ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୧୪ ଦିନରେ ପହଞ୍ଚିଥିବାବେଳେ ଏହି ଯୁଦ୍ଧରେ ଉଭୟ ପାର୍ଶ୍ବରୁ ୩,୭୮୫ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୨,୫୦୦ […]

Samaya Live Picture
Published On

ନୂଆଦିଲ୍ଲୀ : ଗାଜାରୁ ଅର୍ଦ୍ଧାଧିକ ଜନସଂଖ୍ୟା ତଥା ୧୦ ଲକ୍ଷରୁ ଅଧିକ ପାଲେଷ୍ଟିନୀୟ ଉତ୍ତର ଗାଜା ଏବଂ ଗାଜା ସହରରେ ସେମାନଙ୍କ ଘର ଛାଡ଼ି ଦେଲେଣି। ଅଞ୍ଚଳ ଛାଡ଼ିବାପାଇଁ ଇସ୍ରାଏଲର ନିର୍ଦ୍ଦେଶ ପରେ ସେମାନେ ପ୍ରାଣ ବିକଳରେ ନିଜ ଜିନିଷ ପତ୍ର ସହ ଘର ଛାଡ଼ି ଦକ୍ଷିଣ ଗାଜାକୁ ଚାଲିଯାଇଛନ୍ତି। ଅକ୍ଟୋବର ୭ରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୧୪ ଦିନରେ ପହଞ୍ଚିଥିବାବେଳେ ଏହି ଯୁଦ୍ଧରେ ଉଭୟ ପାର୍ଶ୍ବରୁ ୩,୭୮୫ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୨,୫୦୦ ଲୋକ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଦକ୍ଷିଣ ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ ଯୋଗୁଁ ୭ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ଦାବି ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମୁଖପାତ୍ର ଡାନିଏଲ କହିଛନ୍ତି, ଗାଜା ଷ୍ଟ୍ରିପ୍ରେ ହମାସ ଦ୍ବାରା ୨୦୩ ଇସ୍ରାଏଲୀ ନାଗରିକ ପଣବନ୍ଦୀ ରହିଛନ୍ତି। ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲର ୩୦୬ ସୈନିକ ନିହତ ହେଲେଣି ବୋଲି ଆଇଡିଏଫ୍ ପକ୍ଷରୁ ଘୋଷଣା ହୋଇଛି।

Tags: