ଗାଜାକୁ ମାନବୀୟ ସହାୟତା ପଠାଇଲା ଭାରତ
ନୂଆଦିଲ୍ଲୀ: ଭାରତ ରବିବାର ଦିନ ଗାଜାକୁ ମାନବୀୟ ସହାୟତା ପଠାଇଛି। ୬.୫ ଟନ୍ର ମେଡିକାଲ ସହାୟତା ଏବଂ ୩୨ ଟନ୍ର ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ ସମେତ ଏକ ବିମାନ ବୋଝେଇ ମାନବୀୟ ସହାୟତା ପାଲେଷ୍ଟାଇନକୁ ପଠାଯାଇଛି। ଇଜିପ୍ଟ ସୀମା ଦେଇ ଏହା ଗାଜାରେ ପହଞ୍ଚିବ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏକ୍ସରେ ଲେଖିଛନ୍ତି, ବାୟୁସେନାର ସି-୧୭ ବିମାନରେ ପାଲେଷ୍ଟାଇନ ଲୋକଙ୍କ ପାଇଁ ମାନବୀୟ ସହାୟତା ପଠାଯାଇଛି। ପ୍ରଥମେ ଏହା ଇଜିପ୍ଟର ଏଲ-ଆରିଶ ବିମାନ ବନ୍ଦର […]
ନୂଆଦିଲ୍ଲୀ: ଭାରତ ରବିବାର ଦିନ ଗାଜାକୁ ମାନବୀୟ ସହାୟତା ପଠାଇଛି। ୬.୫ ଟନ୍ର ମେଡିକାଲ ସହାୟତା ଏବଂ ୩୨ ଟନ୍ର ବିପର୍ଯ୍ୟୟ ରିଲିଫ୍ ସାମଗ୍ରୀ ସମେତ ଏକ ବିମାନ ବୋଝେଇ ମାନବୀୟ ସହାୟତା ପାଲେଷ୍ଟାଇନକୁ ପଠାଯାଇଛି। ଇଜିପ୍ଟ ସୀମା ଦେଇ ଏହା ଗାଜାରେ ପହଞ୍ଚିବ। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏକ୍ସରେ ଲେଖିଛନ୍ତି, ବାୟୁସେନାର ସି-୧୭ ବିମାନରେ ପାଲେଷ୍ଟାଇନ ଲୋକଙ୍କ ପାଇଁ ମାନବୀୟ ସହାୟତା ପଠାଯାଇଛି। ପ୍ରଥମେ ଏହା ଇଜିପ୍ଟର ଏଲ-ଆରିଶ ବିମାନ ବନ୍ଦର ଯିବ। ସେଠାରୁ ସାମଗ୍ରୀ ଗୁଡ଼ିକ ରାଫା ସୀମା ଦେଇ ପାଲେଷ୍ଟାଇନ ଯିବ। ବାଗ୍ଚି କହିଛନ୍ତି. ମାନବୀୟ ସହାୟତା ମଧ୍ୟରେ ମେଡିସିନ୍, ସର୍ଜିକାଲ ଆଇଟମ୍, ଟେଣ୍ଟ୍ , ସ୍ଲିପିଂ ବ୍ୟାଗ୍ , ଜଳ ବିଶୋଧନ ବଟିକା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେବାର ୩ ଦିନ ପରେ ଭାରତ ଗାଜାକୁ ମାନବୀୟ ସହାୟତା ପଠାଇଛି।




