ଗରିବ କଏଦୀଙ୍କ ଜାମିନ ପାଇଁ ସହଯୋଗ କରିବାକୁ ୨୦ କୋଟି ଦେଲେ ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ : ଗରିବ କଏଦୀଙ୍କୁ ଆର୍ଥିକ ସହାୟତା ଦେବାପାଇଁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ୨୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଟଙ୍କା ଅଭାବରୁ ନିଜର ଜାମିନ କରାଇ ପାରୁନଥିବା ଗରିବ କଏଦୀମାନଙ୍କ ପାଇଁ ଏହା ବେଶ୍ ସହାୟକ ହେବ। ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ସମସ୍ତ ରାଜ୍ୟମାନଙ୍କ ପାଇଁ ଏକ ବିବୃତି ଜାରି କରି କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ମୁଖ୍ୟାଳୟମାନଙ୍କୁ ସହଜରେ ପାଣ୍ଠି ପହଞ୍ଚିବାପାଇଁ ପ୍ରତିଟି ରାଜ୍ୟ ଏକ ନିଧାର୍ଯ୍ୟ ଆକାଉଣ୍ଟ […]
ନୂଆଦିଲ୍ଲୀ : ଗରିବ କଏଦୀଙ୍କୁ ଆର୍ଥିକ ସହାୟତା ଦେବାପାଇଁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ୨୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଟଙ୍କା ଅଭାବରୁ ନିଜର ଜାମିନ କରାଇ ପାରୁନଥିବା ଗରିବ କଏଦୀମାନଙ୍କ ପାଇଁ ଏହା ବେଶ୍ ସହାୟକ ହେବ। ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି ସମସ୍ତ ରାଜ୍ୟମାନଙ୍କ ପାଇଁ ଏକ ବିବୃତି ଜାରି କରି କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ମୁଖ୍ୟାଳୟମାନଙ୍କୁ ସହଜରେ ପାଣ୍ଠି ପହଞ୍ଚିବାପାଇଁ ପ୍ରତିଟି ରାଜ୍ୟ ଏକ ନିଧାର୍ଯ୍ୟ ଆକାଉଣ୍ଟ ଖୋଲିବା ଉଚିତ। ଗରିବ କଏଦୀମାନଙ୍କୁ ସହଯୋଗ କରିବାପାଇଁ ରାଜ୍ୟମାନଙ୍କୁ ବାର୍ଷିକ ୨୦ କୋଟି ଦିଆଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏହାଦ୍ବାରା ଟଙ୍କା ଅଭାବରୁ ନିଜର ଜାମିନ କରାଇ ପାରୁନଥିବା ଗରିବ କଏଦୀମାନେ ଉପକୃତ ହେବେ। ଏଦିଗରେ ରାଜ୍ୟମାନେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।




