ଗରିବଙ୍କ ଟଙ୍କା ଗରିବଙ୍କ ପାଖକୁ ଫେରିବ : ମୋଦୀ

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଥିବା ସବୁ ଟଙ୍କା ଗରିବଙ୍କ ପାଖକୁ ଫେରିବ। ସରକାରୀ ସଂସ୍ଥାଗୁଡ଼ିକ ଏପର୍ଯ୍ୟନ୍ତ ୧.୨୫ ଲକ୍ଷ କୋଟି ଟଙ୍କା ଜବତ କରିଥିବା ବେଳେ ଏହା କିଭଳି ଗରିବଙ୍କ ପାଖକୁ ଯିବ ସେଥିପାଇଁ ସରକାର ଯୋଜନା ଖୋଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବାପାଇଁ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ‘ଇଣ୍ଡିଆ ଟୁଡେ’କୁ ଏକ ସାକ୍ଷାତକାରରେ […]

Samaya Live Picture
Published On

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଥିବା ସବୁ ଟଙ୍କା ଗରିବଙ୍କ ପାଖକୁ ଫେରିବ। ସରକାରୀ ସଂସ୍ଥାଗୁଡ଼ିକ ଏପର୍ଯ୍ୟନ୍ତ ୧.୨୫ ଲକ୍ଷ କୋଟି ଟଙ୍କା ଜବତ କରିଥିବା ବେଳେ ଏହା କିଭଳି ଗରିବଙ୍କ ପାଖକୁ ଯିବ ସେଥିପାଇଁ ସରକାର ଯୋଜନା ଖୋଜୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବାପାଇଁ ଆଇନ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ‘ଇଣ୍ଡିଆ ଟୁଡେ’କୁ ଏକ ସାକ୍ଷାତକାରରେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଗରିବଙ୍କ ଟଙ୍କା ଗରିବଙ୍କ ପାଖକୁ ଫେରିବ। କାରଣ ମୁଁ ହୃଦୟରୁ ଅନୁଭବ କରୁଛି ଯେ ଦୁର୍ନୀତିରେ ସଂପୃକ୍ତ ଲୋକେ ସେମାନଙ୍କ ପଦବୀର ଅପବ୍ୟବହାର କରି ଗରିବଙ୍କ ଟଙ୍କା ଲୁଟିଛନ୍ତି । ଏହାକୁ ଗରିବଙ୍କ ନିକଟକୁ ଫେରାଇ ଆଣିବା ସରକାରଙ୍କ କର୍ତ୍ତବ୍ୟ। ମୋଦୀ କହିଛନ୍ତି ‘ଏଥିପାଇଁ ଯଦି ମୋତେ ଆଇନଗତ ପରିବର୍ତ୍ତନ କରିବାକୁ ପଡ଼ିବ, ତେବେ ବି ମୁଁ ତାହା କରିବି। ମୋଦୀ ଏହି ପ୍ରସଙ୍ଗରେ ଲିଗାଲ ଟିମ୍ର ସହାୟତା ନେଉଥିବା କହିଛନ୍ତି।

Tags: