ଗଣେଶ ଚତୁର୍ଥୀରେ ନୂଆ ସଂସଦ ଭବନରେ ଆରମ୍ଭ ହେବ ଗୃହକାର୍ଯ୍ୟ

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୮ ତାରିଖରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ପୁରୁଣା ସଂସଦ ଭବନ‌ରେ ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ ଆରମ୍ଭ ହେବ। ତେବେ ଦିନକ ପରେ ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନକୁ ସଂସଦୀୟ କାର୍ଯ୍ୟ ସ୍ଥାନାନ୍ତର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଚଳିତବର୍ଷ ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହୋଇଥିଲା। ସେପ୍ଟେମ୍ବର ୧୯ ତାରିଖରେ ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୮ ତାରିଖରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ପୁରୁଣା ସଂସଦ ଭବନ‌ରେ ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ ଆରମ୍ଭ ହେବ। ତେବେ ଦିନକ ପରେ ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନକୁ ସଂସଦୀୟ କାର୍ଯ୍ୟ ସ୍ଥାନାନ୍ତର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଚଳିତବର୍ଷ ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହୋଇଥିଲା। ସେପ୍ଟେମ୍ବର ୧୯ ତାରିଖରେ ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଚିବ କହିଥିଲେ ଯେ ବିନା ପ୍ରଶ୍ନକାଳରେ ସ୍ବତନ୍ତ୍ର ଅଧିବେଶନ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବ ବୋଲି ଘୋଷଣା କରିଥିଲେ। ସ୍ବତନ୍ତ୍ର ଅଧିବେଶନର ୫ଟି କାର୍ଯ୍ୟ ଦିବସ ଉପରେ ସାରା ଦେଶର ନଜର ରହିଛି।

Tags: