ଗଣବଳାତ୍କାର ମାମଲାରେ ବିଜେପି ନେତାଙ୍କ ନାବାଳକ ପୁଅ ସମେତ ୩ ଗିରଫ

ଭୋପାଳ : ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଜଣେ ୧୯ ବର୍ଷୀୟା ମହିଳା ଓ ତାଙ୍କର ୧୭ ବର୍ଷୀୟା ନାବାଳିକା ଭଉଣୀ ଗଣବଳାତ୍କାର ଏବଂ ଅସଦାଚରଣର ଶିକାର ହୋଇଛନ୍ତି। ୪ ଜଣ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ବିଧାୟକଙ୍କ ନାବାଳକ ପୁଅ ଥିବା ଜଣାପଡ଼ିଛି। ପୁଲିସ ଅନୁଯାୟୀ ଦତିଆ ଜିଲ୍ଲାର ଉନ୍ନାଓ ଅଞ୍ଚଳରେ ଶୁକ୍ରବାର ଏହି ଘଟଣା ଘଟିଛି। ସାନ ଭଉଣୀର ବୟାନକୁ ଆଧାର କରି ମାମଲା ରୁଜୁ କରାଯାଇଛି। ୧୮ ବର୍ଷରୁ କମ୍ […]

Samaya Live Picture
Published On

ଭୋପାଳ : ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଜଣେ ୧୯ ବର୍ଷୀୟା ମହିଳା ଓ ତାଙ୍କର ୧୭ ବର୍ଷୀୟା ନାବାଳିକା ଭଉଣୀ ଗଣବଳାତ୍କାର ଏବଂ ଅସଦାଚରଣର ଶିକାର ହୋଇଛନ୍ତି। ୪ ଜଣ ଅଭିଯୁକ୍ତ ଏଥିରେ ସମ୍ପୃକ୍ତ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ବିଧାୟକଙ୍କ ନାବାଳକ ପୁଅ ଥିବା ଜଣାପଡ଼ିଛି। ପୁଲିସ ଅନୁଯାୟୀ ଦତିଆ ଜିଲ୍ଲାର ଉନ୍ନାଓ ଅଞ୍ଚଳରେ ଶୁକ୍ରବାର ଏହି ଘଟଣା ଘଟିଛି। ସାନ ଭଉଣୀର ବୟାନକୁ ଆଧାର କରି ମାମଲା ରୁଜୁ କରାଯାଇଛି। ୧୮ ବର୍ଷରୁ କମ୍ ୩ ଅଭିଯୁକ୍ତଙ୍କ ବିରୋଧରେ ପୋକ୍‌ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରାଯାଇଛି। ଉକ୍ତ ୩ ଜଣଙ୍କ ମଧ୍ୟରୁ ଜଣେ ହେଉଛି ଜଣେ ବିଜେପି ବିଧାୟକଙ୍କ ନାବାଳକ ପୁଅ। ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ଜିଲ୍ଲାରେ ଏହି ଘଟଣା ଘଟିଥିବାରୁ କଂଗ୍ରେସ ବିଜେପି ଉପରେ ତୀବ୍ର ଆକ୍ରମଣ କରିଛି।

Tags: