ଗଡ଼ଚିରୋଲିରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ, ୪ ମାଓବାଦୀ ନିହତ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଗଡ଼ଚିରୋଲି ଜିଲ୍ଲାଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ତେଲେଙ୍ଗାନା ସୀମାରେ ଥିବା କୋଲାମାର୍କା ପର୍ବତରେ ଆଜି ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ମାଓବାଦୀ ନିପାତ ହୋଇଛନ୍ତି। ନିହତ ହୋଇଥିବା ମାଓବାଦୀଙ୍କ ଉପରେ ୩୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ରାଶି ଘୋଷଣା ରହିଛି ବୋଲି […]
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଗଡ଼ଚିରୋଲି ଜିଲ୍ଲାଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ତେଲେଙ୍ଗାନା ସୀମାରେ ଥିବା କୋଲାମାର୍କା ପର୍ବତରେ ଆଜି ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ ମାଓବାଦୀ ନିପାତ ହୋଇଛନ୍ତି। ନିହତ ହୋଇଥିବା ମାଓବାଦୀଙ୍କ ଉପରେ ୩୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ରାଶି ଘୋଷଣା ରହିଛି ବୋଲି ଗଡ଼ଚିରୋଲିର ଏସ୍ପି ନୀଳୋତ୍ପଳ ସୂଚନା ଦେଇଛନ୍ତି। ଜିଲ୍ଲା ପୁଲିସ ଅଧୀକ୍ଷକ କହିଛନ୍ତି ଯେ ସେମାନେ ସୋମବାର ଅପରାହ୍ଣରେ ଗଡ଼ଚିରୋଲିରେ ମାଓବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇଥିଲେ। ଲୋକସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ଉଦ୍ଦେଶ୍ୟରେ ସେମାନେ ପଡ଼ୋଶୀ ତେଲେଙ୍ଗାନାରୁ ନଦୀ ପାର ହୋଇ ପ୍ରବେଶ କରିଥିବା ଜଣାପଡ଼ିଛି। ସୂଚନା ମିଳିବା ପରେ ତୁରନ୍ତ ଏକାଧିକ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗୁଳି ବିନିମୟ ବନ୍ଦ ହେବା ପରେ ଘଟଣାସ୍ଥଳରୁ ୪ ଜଣଙ୍କ ମୃତଦେହ ସହ ଗୋଟିଏ ଏକେ-୪୭, ଗୋଟିଏ କାର୍ବାଇନ୍, ୨ଟି ଦେଶୀ ପିସ୍ତଲ ଓ ସିପିଆଇ (ମାଓବାଦୀ) କାଗଜପତ୍ର ସମେତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।




