ଗଜୱା-ଇ-ହିନ୍ଦ୍ ମାମଲାରେ ୪ ରାଜ୍ୟରେ ଚଢାଉ କଲା ଏନ୍ଆଇଏ
ନୂଆଦିଲ୍ଲୀ: ବିହାରରେ ପାକିସ୍ତାନର ଗଜୱା-ଇ-ହିନ୍ଦ୍ ଆତଙ୍କବାଦୀ ମଡ୍ୟୁଲ ପରିଚାଳନା ଅଭିଯୋଗରେ ଚାଲିଥିବା ତଦନ୍ତ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦେଶର ୪ଟି ରାଜ୍ୟରେ ଚଢ଼ାଉ କରିଛି। ମଧ୍ୟପ୍ରଦେଶର ଦେୱାସ, ଗୁଜରାଟର ଗିର୍ ସୋମନାଥ, ଉତ୍ତରପ୍ରଦେଶର ଆଜମଗଡ଼ ଏବଂ କେରଳର କୋଝିକୋଡ୍ରେ ଚଢ଼ଉ ହୋଇଛି। ଯେଉଁମାନଙ୍କ ଘରେ ଚଢ଼ଉ ହୋଇଛି ସେମାନେ ଭାରତ ବିରୋଧୀ ଚିନ୍ତାଧାରା ପ୍ରଚାର କରିବା ସହିତ ଆକ୍ରମଣ ଯୋଜନା ରଖିଥିଲେ। ସେମାନଙ୍କ ନିକଟରୁ ଏନଆଇଏ ଅଧିକାରୀମାନେ ମୋବାଇଲ ଫୋନ, ସିମ୍ କାର୍ଡ ସମେତ […]
ନୂଆଦିଲ୍ଲୀ: ବିହାରରେ ପାକିସ୍ତାନର ଗଜୱା-ଇ-ହିନ୍ଦ୍ ଆତଙ୍କବାଦୀ ମଡ୍ୟୁଲ ପରିଚାଳନା ଅଭିଯୋଗରେ ଚାଲିଥିବା ତଦନ୍ତ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦେଶର ୪ଟି ରାଜ୍ୟରେ ଚଢ଼ାଉ କରିଛି। ମଧ୍ୟପ୍ରଦେଶର ଦେୱାସ, ଗୁଜରାଟର ଗିର୍ ସୋମନାଥ, ଉତ୍ତରପ୍ରଦେଶର ଆଜମଗଡ଼ ଏବଂ କେରଳର କୋଝିକୋଡ୍ରେ ଚଢ଼ଉ ହୋଇଛି। ଯେଉଁମାନଙ୍କ ଘରେ ଚଢ଼ଉ ହୋଇଛି ସେମାନେ ଭାରତ ବିରୋଧୀ ଚିନ୍ତାଧାରା ପ୍ରଚାର କରିବା ସହିତ ଆକ୍ରମଣ ଯୋଜନା ରଖିଥିଲେ। ସେମାନଙ୍କ ନିକଟରୁ ଏନଆଇଏ ଅଧିକାରୀମାନେ ମୋବାଇଲ ଫୋନ, ସିମ୍ କାର୍ଡ ସମେତ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରିଛି। ପାକିସ୍ତାନ ଭିତ୍ତିକ ଗଜୱା-ଇ-ହିନ୍ଦ୍ ଆତଙ୍କବାଦୀ ମଡ୍ୟୁଲ ଭାରତରେ ବିହାରରୁ ପରିଚାଳିତ ହେଉଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହିତ ଏହାର ସଂପର୍କ ଥିବା ସନ୍ଦେହ କରାଯାଉଛି। ଉକ୍ତ ମାମଲା ପ୍ରଥମେ ବିହାର ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଗଜୱା-ଇ-ହିନ୍ଦ ନାମରେ ଏକ ହ୍ବାଟ୍ସଆପ୍ ଗ୍ରୁପର ଆଡମିନ୍ ମାର୍ଗହୁବ୍ ଅହମଦ ଡାନିଶ୍ ବିରୋଧରେ ଏତଲା ହୋଇଥିଲା। ତେବେ ଉକ୍ତ ଗ୍ରୁପ୍ ଜୈତନ ନାମକ ଜଣେ ପାକିସ୍ତାନୀ ନାଗରିକ ଦ୍ବାରା ତିଆରି ହୋଇଥିଲା। ୨୦୨୨ ରେ ଉକ୍ତ ମାମଲାର ତଦନ୍ତ ଦାୟିତ୍ବ ଏନ୍ଆଇଏ ନେଇଥିଲା।




