ଗଛ କାଟିବା ମଣିଷ ମାରିବାଠାରୁ ବି ଭୟଙ୍କର ଅପରାଧ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଗଛ କାଟିବା ମଣିଷ ମାରିବାଠାରୁ ବି ଜଘନ୍ୟ ଅପରାଧ ଏବଂ ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କ ପ୍ରତି କୌଣସି ଦୟା ଦେଖାଇବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଆଗ୍ରାର ତାଜମହଲ ଆଖପାଖରେ ବେଆଇନ ଭାବେ କଟାଯାଇଥିବା ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆଦେଶ ଦେଇଛନ୍ତି। ଏଥିସହ ଜରିମାନା ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି। ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ […]

Samaya Live Picture
Published On

ନୂଆଦିଲ୍ଲୀ : ଗଛ କାଟିବା ମଣିଷ ମାରିବାଠାରୁ ବି ଜଘନ୍ୟ ଅପରାଧ ଏବଂ ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କ ପ୍ରତି କୌଣସି ଦୟା ଦେଖାଇବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଆଗ୍ରାର ତାଜମହଲ ଆଖପାଖରେ ବେଆଇନ ଭାବେ କଟାଯାଇଥିବା ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆଦେଶ ଦେଇଛନ୍ତି। ଏଥିସହ ଜରିମାନା ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି। ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ସମ୍ପୃକ୍ତ କର୍ତ୍ତୃପକ୍ଷ କିମ୍ବା ଅନୁଷ୍ଠାନର ବିନା ଅନୁମତିରେ କୌଣସି ବ୍ୟକ୍ତି ଗଛ କାଟିପାରିବେ ନାହିଁ। ଜଣେ ବ୍ୟକ୍ତି ଗଛ କାଟିବା ଉପରେ ଜରିମାନା ଲଗାଇବା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ ଉକ୍ତ ଟିପ୍ପଣୀ ଦେଇଛନ୍ତି।   ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ୪୫୪ଟି ଗଛ କାଟିବା ପାଇଁ ଶିବ ଶଙ୍କର ଅଗ୍ରୱାଲଙ୍କୁ ଗଛ ପିଛା ୧ ଲକ୍ଷ ଟଙ୍କା (ସମୁଦାୟ ୪.୫୪ କୋଟି ଟଙ୍କା) ଜରିମାନା ଲଗାଇଥିବା କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି (ସିଇସି)ର ଆଦେଶକୁ କୋର୍ଟ ଗ୍ରହଣ କରିଛନ୍ତି। ଅଗ୍ରୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଖଣ୍ଡପୀଠଙ୍କୁ କହିଥିଲେ ଯେ ତାଙ୍କ କ୍ଲାଏଣ୍ଟ ଭୁଲ ସ୍ୱୀକାର କରିଛନ୍ତି ଓ କ୍ଷମା ମାଗିଛନ୍ତି। ଏଣୁ ଜରିମାନା ରାଶିକୁ କମ୍ କରିବାକୁ ସେ ଅଦାଲତଙ୍କୁ ଅନୁରୋଧ କରିବା ସହ ଏହାକୁ ଅତ୍ୟଧିକ ବୋଲି ବର୍ଣ୍ଣନା କରିଥିଲେ। ରୋହତଗୀ କହିଥିଲେ ମାତ୍ରାଧିକ ଜରିମାନା ବଦଳରେ ଅଗ୍ରୱାଲଙ୍କୁ ସମ୍ପୃକ୍ତ ଜମି ଓ ନିକଟସ୍ଥ ସ୍ଥାନରେ ଚାରା ରୋପଣ କରିବାକୁ ଅନୁମତି ଦିଆଯିବା ଉଚିତ। ତେବେ ଆଖପାଖ ଅଞ୍ଚଳରେ ଚାରା ରୋପଣ ପାଇଁ କୋର୍ଟ ଅନୁମତି ଦେଇଥିଲେ ହେଁ ଜରିମାନା ରାଶି ହ୍ରାସ କରିବାକୁ ମନା କରିଦେଇଥିଲେ।

 

Tags: