ଗଗନଯାନ ଅଭିଯାନର ୪ ମହାକାଶଚାରୀଙ୍କ ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନ ପାଇଁ ପ୍ରଶିକ୍ଷଣ ନେଉଥିବା ୪ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ଉକ୍ତ ୪ ମହାକାଶଚାରୀ ହେଲେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ୍ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା। ମନୋନୀତ ମହାକାଶଚାରୀ ଗତ ୫ ବର୍ଷ ହେବ ଗଗନଯାନ ମିସନ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ମାନବଯୁକ୍ତ ମହାକାଶ ଅଭିଯାନ ଗଗନଯାନ ପାଇଁ ପ୍ରଶିକ୍ଷଣ ନେଉଥିବା ୪ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛନ୍ତି। ଉକ୍ତ ୪ ମହାକାଶଚାରୀ ହେଲେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପଟେନ୍ ଅଜିତ୍ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା। ମନୋନୀତ ମହାକାଶଚାରୀ ଗତ ୫ ବର୍ଷ ହେବ ଗଗନଯାନ ମିସନ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର (ଭିଏସ୍ଏସ୍ସି)ରେ ଏକ ସମାବେଶକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚାରିଜଣ ମହାକାଶଚାରୀଙ୍କୁ ସ୍ୱାଗତ କରିଥିଲେ। ମହାକାଶଚାରୀମାନଙ୍କ ପରିଚୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ କେବଳ ଚାରିଟି ନାମ କିମ୍ବା ପରିଚୟ ନୁହନ୍ତି, ସେମାନେ ଆମ ଦେଶର ୧୪୦ କୋଟି ଲୋକଙ୍କ ମହାକାଶ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରନ୍ତି। ଦୀର୍ଘ ୪୦ ବର୍ଷ ପରେ ଭାରତୀୟମାନେ ପୁଣି ମହାକାଶ ଯାତ୍ରା କରିବେ। କିନ୍ତୁ ଏଥର ଲଞ୍ଚପ୍ୟାଡ୍, ରକେଟ୍ ଏବଂ କାଉଣ୍ଟଡାଉନ୍ ସବୁ ଆମର ହେବ। ବିକ୍ରମ ସରାଭାଇ ମହାକାଶ କେନ୍ଦ୍ର ପରିଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଥିଲେ।




